ଆରପାରିରେ ଓଟିଭି ପ୍ରତିନିଧି ଅରିନ୍ଦମ ଦାସ । ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ତ୍ତି କ୍ୟାମେରାମ୍ୟାନ୍ ପ୍ରଭାତ ସିହ୍ନା । 

ହାତୀ ଉଦ୍ଧାରକାରୀ ଟିମ୍ ସହ ବୋଟରେ ଯିବା ହେଲା କାଳ

299

କନକ ବ୍ୟୁରୋ: ଓଡିଶା ଟିଭିର ରିପୋର୍ଟର ଅରିନ୍ଦମ୍ ଦାସଙ୍କ ଅକାଳ ବିୟୋଗ ଘଟିଛି । ଓଡ୍ରାଫ୍ ଟିମ୍ ବୋଟ ଦୁର୍ଘଟଣାରେ ତାଙ୍କର ପରଲୋକ ହୋଇଛି । ଏନେଇ ଏସସିବି ମୁଖ୍ୟ ଚିକିତ୍ସାଧିକାରୀ ସୂଚନା ଦେଇଛନ୍ତି । ତାଙ୍କ ସହ ଯାଇଥିବା କ୍ୟାମେରାମ୍ୟାନଙ୍କୁ ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି । ମଙ୍ଗୁଳି ବ୍ୟାରେଜରେ ଫଶିଥିବା ହାତୀକୁ ଉଦ୍ଧାର କରିବାକୁ ବ୍ୟାରେଜ ଭିତରକୁ ଯାଇଥିଲା ଓଡ୍ରାଫର ୫ଜଣିଆ ଟିମର ପମ୍ପ ବୋଟ । ଏଥିରେ ଯାଇଥିଲେ ଓଟିଭିର ବରିଷ୍ଠ ସାମ୍ବାଦିକ ଅରିନ୍ଦମ୍ ଦାସ ଓ କ୍ୟାମେରାମ୍ୟାନ୍ ପ୍ରଭାତ ସିହ୍ନା । ହାତୀକୁ ପଛଆଡୁ ଘଉଡାଇବାକୁ ଚେଷ୍ଟା କରିବାକୁ ଯାଉଥିବା ବେଳେ ବ୍ୟାରେଜର ପ୍ରଖର ସ୍ରୋତରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା ଓଡ୍ରାଫ ବୋଟ୍ । ଫଳରେ ଉଦ୍ଧାରକାରୀ ଦଳ ସହ ଯାଇଥିବା କ୍ୟାମେରା ପର୍ସନଙ୍କ ସହ ରିପୋର୍ଟର ଅରିନ୍ଦମ ଦାସ ମଧ୍ୟ ପାଣି ସୁଅରେ ପଡିଯାଇଥିଲେ । ପ୍ରଥମେ କ୍ୟାମରୋପର୍ସନଙ୍କୁ ଉଦ୍ଧାର କରାଯାଇଥିବାବେଳେ ଅରନ୍ଦମଙ୍କୁ ଉଦ୍ଧାର କରିବାରେ ସାମାନ୍ୟ ବିଳମ୍ବ ହୋଇଥିଲା । ପାଣିର ସ୍ରୋତ ପ୍ରଖର ଥିବାବେଳେ ଏଥିରେ ଅଣନିଃଶ୍ୱାସୀ ହୋଇ ଅଚେତ ହୋଇପଡିଥିଲେ ଅରିନ୍ଦମ୍ । ତାଙ୍କୁ ତୁରନ୍ତ ଏସସିବି ନିଆଯାଇଥିଲେ ବି ତାଙ୍କୁ ବଂଚାଯାଇପାରିନଥିଲା ।