କନକ ବ୍ୟୁରୋ : କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ଶର୍ମିଷ୍ଠା ରାଉତଙ୍କୁ ୫ ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ । ଏଥିପାଇଁ ଭଦ୍ରକ ଉପକାରାଗାରରେ ପହଞ୍ଚିଥିଲା କ୍ରାଇମବ୍ରାଞ୍ଚ ଟିମ୍ । ଶର୍ମିଷ୍ଠାଙ୍କ ସମେତ ନିରଞ୍ଜନ ସେଠୀ, ରାଜ କମ୍ୟୁନିକେଶନର ମାଲିକ ରଞ୍ଜନ ନାୟକ ଓ ଗିରଫ ହୋଇଥିବା ଶର୍ମିଷ୍ଠାଙ୍କ ଆଉ ଜଣେ ସହଯୋଗୀ ଝୁନା ଭୋଇଙ୍କୁ ବି ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ୧୦ ଦିନ ପାଇଁ ରିମାଣ୍ଡ ଆବଦେନ କରିଥିବାବେଳେ କୋର୍ଟ ୫ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି । ଗତକାଲି ଶର୍ମିଷ୍ଠାଙ୍କୁ ଭଦ୍ରକ ନଳାଙ୍ଗଠାରୁ କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ ଓ ଭଦ୍ରକ ପୁଲିସ ଗିରଫ କରିଥିଲେ ।

Advertisment

ତେବେ ଏହି ରହସ୍ୟ ଉପରୁ କ୍ରାଇମବ୍ରାଞ୍ଚ ପରଦା ଉଠାଇ ପାରିବ ତ ? ଚିପକୁ ଅଭିଯୁକ୍ତମାନେ ନଷ୍ଟ କରିଦେଇଛନ୍ତି ନା ମାନସ କେଉଁଠି ଲୁଚାଇ ରଖିଥିଲେ ? ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର ଏବେ କେଉଁଠି ? ଶର୍ମିଷ୍ଠାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନନେବା ପାଇଁ ପୋଲିସ ଉପରେ କିଏ ଚାପ ପକାଉଥିଲା ? ଶର୍ମିଷ୍ଠା ଫେରାର ହେବା ପରେ କିଏ ତାଙ୍କୁ ଲୁଚାଇଥିଲା ? ଫେରାର କରାଇବା ପରେ କିଏ ସହଯୋଗ କରିଥିଲା ? ଏସବୁ ପ୍ରଶ୍ନର ଉତର ଖୋଜିବ କ୍ରାଇମବ୍ରାଞ୍ଚ ।