କନକ ବ୍ୟୁରୋ : ମୋବାଇଲ ଚୋରକୁ ନିସ୍ତୁକ ମାଡ । ସୁନ୍ଦରଗଡ ସହରର ଟାଉନଥାନା ବିଏସ ହାଇସ୍କୁଲ ଛକ ନିକଟରେ ମୋବାଇଲ ଚୋରି କରୁଥିବା ବେଳେ ଲୋକଙ୍କ ହାବୁଡରେ ପଡିଯାଇଥିଲେ ଚୋର । ଚୋରକୁ ଉତ୍ୟକ୍ତ ଲୋକେ ଧରି ନିକଟସ୍ଥ ସ୍କୁଲ ପରିସରକୁ ନେଇଥିଲେ, ତା ପରେ ଆରମ୍ଭ ହୋଇଥିଲା ମାଡ । ଚାପୁଡା, ଗୋଇଠା ସହ ବାଡିରେ ଚୋରି ଉଦ୍ୟମ କରିଥିବା ଯୁବକଙ୍କୁ ନିସ୍ତୁକ ମାଡ ମାରିଛନ୍ତି ଉତ୍ୟକ୍ତ ଲୋକେ । ଏହାପରେ ସପୃକ୍ତ ମୋବାଇଲ ଚୋରକୁ ପୁଲିସ ଜିମା ଦେଇଛନ୍ତି ।
ଧରାପଡିଥିବା ମୋବାଇଲ ଚୋରର ପରିଚୟ ଜଣା ପଡି ନାହିଁ । ତେବେ ସହରବାସୀ କହିଛନ୍ତି, ପଡୋଶୀ ଝାରଖଣ୍ଡରୁ କିଛି ଚୋର ଓ ଲୁଟେରା ଆସି ଏପରି କାଣ୍ଡ ଭିଆଇ ଫେରିଯାଇଥାନ୍ତି । ତେଣୁ ପୋଲିସରେ ଅଭିଯୋଗ ହେଲା ପରେ ମଧ୍ୟ ପୋଲିସ ସେମାନଙ୍କୁ ଧରିବାରେ ବିଫଳ ହୋଇଥାଏ ବୋଲି ଅଭିଯୋଗ କରିଛନ୍ତି ସୁନ୍ଦରଗଡ ବାସିନ୍ଦା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/27-9.jpg)