ଆତ୍ମହତ୍ୟା କରିବାକୁ ଆସିଥିଲେ, ବ୍ରିଜରେ ଫସିଗଲେ । ଦୀର୍ଘ ଘଣ୍ଟାର ଅପରେସନ୍ ପରେ ଯୁବକଙ୍କୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ ।

747

କନକ ବ୍ୟୁରୋ: ଆତ୍ମହତ୍ୟା କରିବାକୁ ଯାଇ ଫସିଲେ ।ଆତ୍ମହତ୍ୟା କରିବାକୁ ଯାଇଥିଲେ ମଝି ନଦୀରେ ବ୍ରିଜରେ ଫସିଲେ ଯୁବକ । ଦୀର୍ଘ ଘଂଟାର ଅପରେସନ୍ ପରେ ଯୁବକଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ପାତ୍ରପଡା ଅଂଚଳର ଶେଖ ଜାହାଙ୍ଗୀର ନାମକ ଜଣେ ଯୁବକ ପାରିବାରିକ କଳହ କାରଣରୁ ବାଙ୍କୀ ମହାନଦୀର ଯାତମୁଣ୍ଡିଆ ବ୍ରିଜ୍ ଉପରେ ଆତ୍ମହତ୍ୟା ଉଦ୍ୟମ ପାଇଁ ଆସିଥିଲେ ।

ବ୍ରିଜ୍ ଉପରେ ନିଜ ବାଇକ୍ ରଖି ଆତ୍ମହତ୍ୟା ଉଦ୍ୟମ ପାଇଁ ବ୍ରିଜ୍ ପିଲର ଦେଇ ତଳକୁ ଓହ୍ଲାଇ ଥିଲେ । ହେଲେ ସେଠାରୁ ଆଉ ପାଣିକୁ ଡେଇଁ ନପାରି ପିଲାର ମଝିରେ ଫସି ରହିଥିଲେ । ସ୍ଥାନୀୟ ଲୋକ ତାଙ୍କୁ ଦେଖିବା ପରେ ବାଙ୍କୀ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଡମପଡା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଚି ଯୁବକଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲା ।