କନକ ବ୍ୟୁରୋ: ହୀରା ମୁଦି ପାଇଁ ଥାନାରେ ମାମଲା । ଚଳଚିତ୍ର ସୁଟିଂ ପାଇଁ ଆସିଥିବା ବେଳେ ହଜିଯାଇଛି ୪୫ରୁ ୫୦ଲକ୍ଷ ଟଙ୍କା ମୂଲ୍ୟର ହୀରା ମୁଦି । ଆଦିବାସୀ ସଂସ୍କୃତି ଉପରେ ଫିଲ୍ମ ନିର୍ମାଣ କରିବା ପାଇଁ କୋରାପୁଟକୁ ମୁମ୍ବାଇ ଓ ଭୁବନେଶ୍ୱରରୁ ୨ଟି ଟିମ୍ ଆସିଥିଲେ । ହେଲେ ବୈପାରୀଗୁଡା ଗୁପ୍ତେଶ୍ୱର ଅଂଚଳରେ ସ୍ଥାନ ନିରୂପଣ କରୁ କରୁ ପ୍ରଯୋଜକ କେ. ତମନ୍ନାଙ୍କ ହୀରା ମୁଦି ଚୋରି ହୋଇଯାଇଛି । ୩କ୍ୟାରେଟର ଏହି ହୀରାମୁଦିର ବଜାର ମୂଲ୍ୟ ୪୫ରୁ ୫୦ଲକ୍ଷ ଟଙ୍କା ହେବ ବୋଲି କେ. ତମନ୍ନା କହିଛନ୍ତି ।
ପ୍ରଯୋଜକ କେ. ତମନ୍ନା ଏନେଇ ବୈପାରୀଗୁଡା ଥାନାରେ ଏତଲା ଦେଇଛନ୍ତି । ନିର୍ମାତା ଟିମକୁ ସହଯୋଗ କରୁଥିବା ବୈପାରୀଗୁଡା ଅଂଚଳର ୨ଜଣ ଯୁବକଙ୍କୁ ପୋଲିସ ଥାନାରେ ଅଟକ ରଖିବା ସହ ପଚରାଉଚରା କରୁଛି । କେ.ତମନ୍ନାଙ୍କ କହିବା ଅନୁସାରେ ସେ ୩ଟି ମୁଦି ପିନ୍ଧିି ଥିଲେ । ପାହାଡ ଚଢ଼ିବା ପାଇଁ ଆଙ୍ଗୁଠିରୁ ୩ଟି ଯାକ ମୁଦିକୁ ବାହାର କରି ବ୍ୟାଗରେ ରଖିଦେଇଥିଲେ । ପରେ ବ୍ୟାଗରେ ୨ଟି ମୁଦି ଥିବା ବେଳେ ଦାମୀ ହୀରା ମୁଦିଟି ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/06/04_00000.jpg)