ଓଡ଼ିଶାର ଫେସବୁକ ୟୁଜର୍ସଙ୍କ ପାଇଁ ଚାଞ୍ଚଲ୍ୟକର ଖବର ! ଓଡ଼ିଶାରେ ହେଉଥିଲା କି ଫେସବୁକ୍ ଡାଟା ଲିକ୍, କଟକରେ ଚାଲିଥିଲା ସଂସ୍ଥାର ଅଫିସ

ଓଡ଼ିଶାର ଫେସବୁକ ୟୁଜର୍ସଙ୍କ ପାଇଁ ଚାଞ୍ଚଲ୍ୟକର ଖବର ! ଓଡ଼ିଶାରେ ହେଉଥିଲା କି ଫେସବୁକ୍ ଡାଟା ଲିକ୍, କଟକରେ ଚାଲିଥିଲା ସଂସ୍ଥାର ଅଫିସ

କନକ ବ୍ୟୁରୋ : ଓଡ଼ିଶାର ଫେସବୁକ୍ ୟୁଜର୍ସଙ୍କ ପାଇଁ ବଡ ଖବର । ଫେସବୁକରେ ସାଧାରଣ ୟୁଜର୍ସଙ୍କ ତଥ୍ୟ ସୁରକ୍ଷିତ ଅଛି କି ନାହିଁ ତାହାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଏକ ସାଂଘାତିକ କଥା ସାମ୍ନାକୁ ଆସିଛି । କେମ୍ବ୍ରିଜ ଆନାଲିଟିକା ଫାର୍ମର ଓଡ଼ିଶା ଲିଙ୍କ । ସାରା ଦେଶରେ ଯେତେବେଳେ ଫେସବୁକ ଡାଟା ଲିକ୍ ନେଇ ବିବାଦ ଚାଲିଛି ଠିକ୍ ସେତିକି ବେଳେ ଏହାର ଓଡିଶା କନେକ୍ସନ ନେଇ ଚର୍ଚ୍ଚା । ପୁରା ଘଟଣା ଉପରୁ ପରଦା ହଟାଇଥିବା ଖ୍ରୀଷ୍ଟୋଫର ୱିଲି କରିଥିବା ଟ୍ୱିଟରୁ ଏଭଳି ଚାଂଚଲ୍ୟକର ଦିଗ ସାମ୍ନାକୁ ଆସିଛି । ୱିଲି କରିଥିବା ଟ୍ୱିଟ୍ ଅନୁସାରେ, କେମ୍ବ୍ରିଜ ଆନାଲିଟିକା ସହ ମିଶି ଭାରତରେ କାମ କରିଥିଲା ଏସସିଏଲ ଗ୍ରୁପ୍ । ଯାହାର ହେଡ୍ ଅଫିସ୍ ଥିଲା ଗାଜିଆବାଦରେ ଆଉ ସାରା ଦେଶରେ ଚାଲିଥିଲା ୧୦ଟି ଆଂଚଳିକ ଅଫିସ୍ । ବଡ କଥା ହେଉଛି ସଂସ୍ଥାର ଗୋଟିଏ ଅଫିସ କଟକରେ ମଧ୍ୟ ଚାଲୁଥିଲା । ଅନ୍ୟ ୯ଟି ଅଫିସ୍ ଚାଲୁଥିଲା ଅହମଦାବାଦ, ବାଙ୍ଗାଲୋର, ଗାଜିଆବାଦ, ଗୈାହାଟି, ହାଇଦ୍ରାବାଦ, ଇନ୍ଦୋର, କୋଲକାତା, ପାଟନା ଓ ପୁଣେରେ ।

କଟକରେ ଚାଲୁଥିବା ଅଫିସ ବାବଦରେ ଯଦିଓ ବିଶେଷ କିଛି ସୂଚନା ମିଳିନାହିଁ ତେବେ ୱିଲିଙ୍କର ଟ୍ୱିଟ୍ ଅନେକ ପ୍ରଶ୍ନବାଚୀ ଠିଆ କରିଛି । ଓଡିଶାରେ କଣ କୌଣସି ରାଜନୈତିକ ଦଳ କ୍ରେମ୍ବିଜ ଆନାଲିଟିକା ଓ ଏସସିଏଲ ଗ୍ରୁପର ସାହାଯ୍ୟ ନେଇଥିଲେ କି । ଓଡିଶାରେ ହୋଇଥିଲା କି ଫେସବୁକ ତଥ୍ୟ ଚୋରୀ? ଏଭଳି ଅନେକ ଦିଗକୁ ନେଇ ଏବେ ଚର୍ଚ୍ଚା ଭିତରେ ଜଣାପଡିଛି ୨୦୦୩ରୁ ଭାରତର ନିର୍ବାଚନକୁ ପ୍ରଭାବିତ କରିବାକୁ ଉଦ୍ୟମ ହୋଇଥିଲା । ଏହି ସଂସ୍ଥା ପ୍ରଥମେ ମଧ୍ୟପ୍ରଦେଶ ଓ ରାଜସ୍ଥାନ ନିର୍ବାଚନ ସମୟରେ କାର୍ଯ୍ୟ କରିବା ଆରମ୍ଭ କରିଥିଲା । ଯେଉଁଥିରେ ଦଳର ସ୍ଥିତି ଲୋକଙ୍କ ମତାମତ ଓ ଅନ୍ୟାନ୍ୟ ତଥ୍ୟକୁ ବିଶ୍ଳେଷଣ କରାଯାଇଥିଲା ।

publive-image୨୦୦୭, ୨୦୦୯, ୨୦୧୦, ୨୦୧୧ ଓ ୨୦୧୨ରେ ମଧ୍ୟ ଏକାଧିକ ନିର୍ବାଚନରେ ଏହି ସଂସ୍ଥାର ସାହାଯ୍ୟ ଲୋଡିଥିଲେ ଏକାଧିକ ରାଜନୈତିକ ଦଳ ଓ ନେତା । ଯାହା ପଛରେ ମୁଳ ଉଦ୍ଦେଶ୍ୟ ଥିଲା ଦଳ ଓ ନେତାଙ୍କର ସ୍ଥିତି ମାପିବା । କିନ୍ତୁ ଏହାର ଅଧାର କଣ ଥିଲା ତାକୁ ନେଇ ଏବେ ପ୍ରଶ୍ନ । ଫେସବୁକର ତଥ୍ୟ ଜରିଆରେ ଏହି କାର୍ଯ୍ୟ ଚାଲିନଥିଲା ତ? ସାରା ଦେଶର ୬୦୦ ଜିଲ୍ଲା ଓ ୭ ଲକ୍ଷ ଗାଁର ତଥ୍ୟ କେଂବ୍ରିଜ ଆନାଲିଟିକା ଓ ଏସସିଏଲ ଗ୍ରୁପ୍ ପାଖରେ ରହିଛି । ଯାହା ପ୍ରତି ମୁହୁର୍ତରେ ଅପଡେଟ କରାଯାଉଥିବା ଟ୍ୱିଟ୍ ଜରିଆରେ ସୁଚନା ଦେଇଛନ୍ତି ୱିଲି? ଏହି ସୁକ୍ଷ୍ମସ୍ତରୀୟ ତଥ୍ୟରେ ପ୍ରତି ଘର, ଆଂଚଳିକ ସ୍ଥିତି ଓ ସେମାନଙ୍କର ଜାତି ଗତ ତଥ୍ୟ ରହିଛି । ନିର୍ଦ୍ଦିଷ୍ଟ ଗୋଷ୍ଠୀଙ୍କୁ ଚିହ୍ନଟ କରି ଇଛା ମୁତାବକ ଫଳ ପାଇବାକୁ ସଂସ୍ଥା କାମ କରୁଥିବା ଏଥିରେ କୁହାଯାଇଛି ।

publive-imageଭାରତରେ କଣ ଏହି ମାଧ୍ୟମରେ ତଥ୍ୟ ଚୋରୀ କରାଯାଇ ବା ଆପଣଙ୍କ ଅଜାଣତରେ ଆପଣଙ୍କ ଗୋପନୀୟ ତଥ୍ୟକୁ ବିଶ୍ଳେଷଣ କରାଯାଇ ନିର୍ଦ୍ଦିଷ୍ଟ ଗୋଷ୍ଠୀ ସପକ୍ଷରେ ମତାମତ ତିଆରି କରାଯାଇଛି କି? ରାଜନୈତିକ ଉଦେଶ୍ୟରେ ଏହି ତମାମ ତଥ୍ୟକୁ ବ୍ୟବହାର କରାଯାଇ ଭୋଟ ରାଜନୀତିକୁ ପ୍ରଭାବିତ କରାଯାଇଛି କି? ଭୁବନେଶ୍ୱର ଓ କଟକରେ ପାଖାପାଖି ୩ ଲକ୍ଷ ଫେସବୁକ ୟୁଜର୍ସ ଥିବାବେଳେ ସାରା ରାଜ୍ୟରେ ଦିନକୁ ଦିନ ଏହି ସୋସିଆଲ ସାଇଟର ବ୍ୟବହାର ବଢିବାରେ ଲାଗିଛି । ତେଣୁ କ୍ରେମ୍ବିଜ ଆନାଲିଟିକା ଓ ଏସସିଏଲ ସଂସ୍ଥା ଆପଣଙ୍କ କେଉଁ ତଥ୍ୟ ଉପରେ ନଜର ରଖିଥିଲା ତାକୁ ନେଇ ଏବେ ଆରମ୍ଭ ହୋଇଛି ସମୀକ୍ଷା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe