କନକ ବ୍ୟୁରୋ : ସାରା ବିଶ୍ୱରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସତର୍କ କରାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଡବ୍ଲୁଏଚ୍ଓ ମୁଖ୍ୟ କହିଛନ୍ତି, ଡେଲଟା ତୁଳନାରେ କମ୍ ଗୁରୁତର ହେଉଛି ଓମିକ୍ରନ୍ । ହେଲେ ଏହାକୁ ହାଲକ୍ ଭାବେ ନେଇ ହେବ ନାହିଁ । କାରଣ ଏହା ଡେଲଟା ତୁଳନାରେ ଅଧିକ ସଂକ୍ରମକ । ଏହାର ଲକ୍ଷ୍ୟଣ ସାମାନ୍ୟ ନୁହଁ ।
ପୂର୍ବ ଭାଇରସ୍ ପରି ହସ୍ପିଟାଲରେ ଆକ୍ରାନ୍ତ ଭର୍ତ୍ତି ହେଉଛନ୍ତି । କରୋନାର ଏହିି ନୂଆ ଭାରିଆଣ୍ଟ ଦ୍ୱାରା ଲୋକଙ୍କ ଜୀବନ ମଧ୍ୟ ଯାଉଛି । ଟିକା ନେଇନଥିବା ଲୋକେ ଅଧିକ ଗୁରୁତର ହେଉଥିବା ସେ ସୂଚନା ଦେଇଛନ୍ତି । ଓମିକ୍ରନରେ ଗୁରୁତରଙ୍କ ମଧ୍ୟରୁ ୯୦ ପ୍ରତିଶତ ଲୋକ ଟିକା ନେଇନଥିବା କହିଛନ୍ତି ଡବ୍ଲୁଏଚ୍ଓ ମୁଖ୍ୟ । ଟିକା ଅସମାନତା ଗତ ବର୍ଷ ସବୁଠାରୁ ବଡ଼ ବିଫଳତା ଥିଲା ବୋଲି ସେ ସୂଚନା ଦେଇଛନ୍ତି ।