କନକ ବ୍ୟୁରୋ : ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି କିଛି ନିଆରା କରିବା ପାଇଁ ଅନେକ ରାଜନୈତିକି ଦଳର ନେତାମାନେ ଇଚ୍ଛା ପ୍ରକାଶ କରୁଛନ୍ତି । ନିଜ ନିଜ ଷ୍ଟାଇଲରେ ଲୋକଙ୍କୁ ପ୍ରଭାବିତ କରିବା ପାଇଁ ନେତା ପ୍ରସ୍ତୁତ ହେଉଥିବା ଭଳି ମନେହେଉଛି । ତେବେ ମିଳିଥିବା ସୂଚନା ଅନୁସାରେ ଗତକାଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଚେନ୍ନାଇର ଏକ ବିଦ୍ୟାଳୟ ପରିଦର୍ଶନରେ ଯାଇଥିଲେ । ତେବେ ସେଠାରେ ଛାତ୍ରଛାତ୍ରୀଙ୍କୁ ସିଧାସଳଖ ଆଲୋଚନା ମଧ୍ୟ କରୁଥିଲେ । ତେବେ ସେଠାରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା ।
source : Googleହଠାତ ରାହୁଲ କହିଥିଲେ ଥିଲେ ଯେ, ‘‘ସାର୍ ପରିବର୍ତ୍ତେ ମତେ ତୁମେ ରାହୁଲ୍ ଡାକି ପାରବ? ଏଇଟା ମତେ ଭଲ ଲାଗେ।’’ ଜଣେ କଲେଜ ଛାତ୍ରୀ ପ୍ରଶ୍ନ ପଚାରିବାକୁ ‘ସାର୍’ ବୋଲି ସମ୍ବୋଧନ କରିବାରୁ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ଏ କଥା କହିଥିଲେ। ଏବଂ ଉପସ୍ଥିତ ଶିକ୍ଷାର୍ଥୀମାନେ ବଡ଼ ପାଟିରେ ଏକଥାକୁ ସମର୍ଥନ ଜଣାଇଥିଲେ। ଆଗାମୀ ନିର୍ବାଚନ ଉପଲକ୍ଷେ ସଚେତନତା ଅଭିଯାନର ଅଂଶସ୍ୱରୂପ ବୁଧବାର ଦିନ ରାହୁଳ ଗାନ୍ଧୀ ଚେନ୍ନାଇର ଷ୍ଟେଲା ମେରିସ୍ କଲେଜକୁ ଯାଇଥିଲେ। ମହିଳା ମହାବିଦ୍ୟାଳୟରେ ଭାଷଣ ଦେବା ପାଇଁ ସେ କୁର୍ତ୍ତା ପାଇଜାମା ପରିବର୍ତ୍ତେ ପିନ୍ଧିଥିଲେ ଧୂସର ଟି-ସାର୍ଟ ଓ ଡେନିମ୍ ଜିନ୍ସ୍।
Follow Us