୯୧ ଲକ୍ଷ ଟଙ୍କା ଦରମା ଦେଉଛି ଏହି ଦ୍ୱୀପ : ସହରର ଲାଇଟ୍ ହାଉସର ଦେଖରେଖ ପାଇଁ ମିଳୁଛି ଲକ୍ଷାଧିକ ଟଙ୍କା

130

ଆମେରିକାର ସହର କାଲିଫର୍ଣ୍ଣିଆର ଏକ ଦ୍ୱୀପ ୧,୩୦,୦୦୦ ଡଲାର(୯୧,୬୪,୩୫୦ ଭାରତୀୟ ଟଙ୍କା)ର ଦରମା ଦେଉଛି, ଯାହା ଦୁଇ ଜଣଙ୍କ ମଧ୍ୟରେ ବଣ୍ଟାଯିବ । ଏହି ବେତନ ଦ୍ୱୀପରେ ଐତିହାସିକ ଲାଇଟ୍ ହାଉସର ଦେଖରେଖ କରୁଥିବା ଲୋକଙ୍କୁ ଦିଆଯିବ । ଏହି ଲାଇଟ୍ ହାଉସର ସ୍ଥାପନା ୧୮୭୪ରେ କରାଯାଇଥିଲା । ସେନ୍ ଫ୍ରାନ୍ସିସ୍କୋ ର ଆଖାପାଖ ଅଂଚଳରେ ନାବିକଙ୍କୁ ନେଭିଗେଟ୍ କରିବାରେ ସାହାଯ୍ୟ ମିଳିପାରିବ । ଏହି ଲାଇଟ୍ ହାଉସକୁ ୧୯୬୦ ଦଶକରେ ସ୍ୱଂୟଚାଳିତ ନିର୍ମାଣ କରାଯାଇଥିଲା । ଯାହାକି ଏପର୍ଯ୍ୟନ୍ତ କାମ କରୁଛି । ଏହାର କାର୍ଯ୍ୟଭାର ଆମେରିକୀୟ ତଟରକ୍ଷାବଳ ପାଖରେ ଅଛି ଏବଂ ଏହାର ଦେଖରେଖ ଅଣ-ଲାଭକାରୀ ସମୂହ ଇଷ୍ଟ ବ୍ରଦର ଲାଇଟ୍ ହାଉସ୍ କରେ ।

ଏହି ଲାଇଟ୍ ହାଉସରେ ୧୯୭୯ରୁ ହିଁ ବେଡ୍ ଓ ବ୍ରେକଫାଷ୍ଟ ସହିତ ପର୍ଯ୍ୟଟକଙ୍କ ରହିବା ପାଇଁ ବ୍ୟବସ୍ଥା ଚାଲୁଛି । ଏହି ପ୍ରାପ୍ତ ଟଙ୍କାରେ ଏହାର ଦେଖରେଖ କରିହେବ । ଏହାର ବେଡ ଓ ବ୍ରେକଫାଷ୍ଟ, ଏଥିରୁ ପ୍ରାପ୍ତ ରାଜସ୍ୱର ବ୍ୟବହାର ଏହି ଐତିହାସିକ ସ୍ଥାନର ଦେଖରେଖ ଓ ଆତିଥ୍ୟ ସତ୍କାରର ଅନୁଭବ ରଖିଥିବା ଜରୁରୀ । ଏହା ସହିତ ଆମେରିକୀୟ କୋଷ୍ଟ ଗାର୍ଡ କମର୍ସିଆଲ ବୋଟ୍ ଅପରେଟର ଲାଇସେନ୍ସ ବି ଥିବା ଜରୁରୀ ।