କନକ ବ୍ୟୁରୋ : ଛାଡପତ୍ରକୁ ନେଇ କଲିକତା ହାଇକୋର୍ଟଙ୍କ ବଡ ରାୟ । ବାପା, ମାଆଙ୍କ ଠାରୁ ଅଲଗା ରହିବାକୁ ସ୍ତ୍ରୀ ବାଧ୍ୟ କରୁଥିଲେ ଛାଡପତ୍ର ଦେଇପାରିବେ ସ୍ୱାମୀ । ଏକ ଛାଡପତ୍ର ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି, ପୁଅ ବାପା, ମାଆଙ୍କ ଯତ୍ନ ନେବା ଏବଂ ତାଙ୍କ ସହ ରହିବା ଭାରତୀୟ ସଂସ୍କୃତିରେ ରହଛି । ବିନା କୌଣସି କାରଣରେ ଯଦି ସ୍ତ୍ରୀ , ସ୍ୱାମୀଙ୍କୁ ତାଙ୍କ ବାପା, ମାଆଙ୍କଠୁ ଅଲଗା ରହିବାକୁ ବାଧ୍ୟ କରୁଛନ୍ତି, ତେବେ ସେ ଛାଡପତ୍ର ପାଇଁ ଆବେଦନ କରିପାରିବେ । ସ୍ୱାମୀକୁ ଛାଡପତ୍ର ଦେବାକୁ ଫେମିଲି କୋର୍ଟ ଦେଇଥିବା ରାୟକୁ ଚ୍ୟାଲେଞ୍ଜ କରି ହାଇକୋଟରେ ଆବେଦନ କରିଥିଲେ ପତ୍ନି । ମାମଲାକୁ ରଦ୍ଦ କରିବା ସହ କୋର୍ଟ ଏଭଳି ରାୟ ଦେଇଛନ୍ତି । ୨୦୦୯ରେ ପଶ୍ଚିବବଙ୍ଗର ପଶ୍ଚିମ ମେଦିନପୁର ଫେମିଲି କୋର୍ଟ ପ୍ରଶାନ୍ତ କୁମାର ମଣ୍ଡଳଙ୍କୁ ଛାଡପତ୍ର ଦେବାକୁ ଅନୁମତି ଦେଇଥିଲେ । ଅଭିଯୋଗ ମୁତାବକ, ୨୦୦୧ରେ ପ୍ରଶାନ୍ତ ଝରଣା ନାମକ ଜଣେ ଯୁବତୀଙ୍କୁ ବିବାହ କରିଥିଲେ । ସେ ସ୍କୁଲର ଶିକ୍ଷକ ଥିବା ବେଳେ ଘର ଚଳାଇବା ପାଇଁ ଟ୍ୟୁସନ ମଧ୍ୟ କରୁଥିଲେ । ହେଲେ ପରିବାରର ଆବଶ୍ୟକତା ମେଟାଇ ପାରୁନଥିଲେ । ପ୍ରଶାନ୍ତ ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଜାଣିବ ଝରଣା ତାଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିଥିଲେ । ସ୍ତ୍ରୀ ମାସିକ ୧୪ ଶହ ଟଙ୍କା ପାଉଥିଲେ ବି ସେ ସ୍ୱାମୀଙ୍କୁ କିଛି ସହ ସହଯୋଗ କରୁନଥିଲେ । ପୁରା ଘଟଣାକୁ ବିଚାର ପରି ସ୍ୱାମୀଙ୍କୁ ଛାଡପତ୍ର ଦେବାକୁ କୋର୍ଟ ଅନୁମତି ଦେଇଥିଲେ ।