କୋଲକତା ହାଇକୋର୍ଟରୁ ଇସ୍ତଫା ଦେଲେ ବିଚାରପତି ଅଭିଜୀତ ଗଙ୍ଗୋପାଧ୍ୟାୟ । ମାର୍ଚ୍ଚ ୭ ତାରିଖରେ ବିଜେପିରେ ଯୋଗ ଦେବାକୁ ଘୋଷଣା

69

କନକ ବ୍ୟୁରୋ : କୋଲକତା ହାଇକୋର୍ଟର ବିଚାରପତି ଜଷ୍ଟିସ ଅଭିଜୀତ ଗଙ୍ଗୋପାଧ୍ୟାୟ ମଙ୍ଗଳବାର ଦିନ ଇସ୍ତଫା ଦେଇଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀ କରି ସେ ତାଙ୍କର ଇସ୍ତଫା ବାବଦରେ କହିବା ସହ ମାର୍ଚ୍ଚ ୭ ତାରିଖରେ ବିଜେପିରେ ଯୋଗ ଦେଉଥିବା ନେଇ ଘୋଷଣା କରିଛନ୍ତି । ନିର୍ବାଚନରେ ପ୍ରାର୍ଥୀ ହେବା ନେଇ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେଇ କହିଥିଲେ କି ସେ ଯେଉଁ ଲୋକସଭା ଆସନରୁ ସେ ନେଇ ସେ ଆଗୁଆ ସୂଚନା ଦେବେ ।

କେବଳ ସେତିକି ନୁହେଁ ସାମ୍ବାଦିକ ସମ୍ମିଳନୀରେ ସେ ତୃଣମୂଳ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି କି, ତୃଣମୂଳ କଂଗ୍ରେସର ପ୍ରବକ୍ତାମାନେ ବାରମ୍ବାର ତାଙ୍କ ବିରୋଧରେ ସମାଲୋଚନା କରୁଛନ୍ତି । ଏହାସହ ତୃଣମୂଳ ନେତାମାନେ ଦୁର୍ନୀତିରେ ଲିପ୍ତ ଅଛନ୍ତି । ଏବେ ସେ ରାଜନୀତିରେ ଯୋଗ ଦେବାକୁ ଯାଉଛନ୍ତି । ଏହାର କାରଣ ଭାବେ ସେ କହିଛନ୍ତି କି, ତୃଣମୂଳ କଂଗ୍ରେସ ତାଙ୍କୁ ମଇଦାନରେ ଆସି ଲଢେଇ କରିବାକୁ ଚ୍ୟାଲେଞ୍ଚ ଦେଇଥିଲେ ।

ସେପଟେ କଂଗ୍ରେସ ଓ ଟିଏମସି କହିଛି ଯଦି ଜଷ୍ଟିସ ଅଭିଜୀତ ଗଙ୍ଗୋପାଧ୍ୟାୟ ରାଜନୀତିରେ ଯୋଗ ଦେଉଛନ୍ତି ତେବେ ତାଙ୍କର ପୂର୍ବ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଯିବ । ଏହାକୁ ନେଇ ଜଷ୍ଟିସ ଗଙ୍ଗୋପାଧ୍ୟାୟ କହିଛନ୍ତି କି ଟିଏମସି ଓ କଂଗ୍ରେସ ନେତାଙ୍କୁ ଆଇନ ଜଣାନାହିଁ, ଯଦି ତାଙ୍କୁ ମୋ ନିଷ୍ପତ୍ତି ଭୁଲ ଲାଗୁଛି ତେବେ ସେମାନେ ତାଙ୍କ ବିରୋଧରେ ଅଭିଯୋଗ କରନ୍ତୁ ବୋଲି ସେ କହିଛନ୍ତି । ଏହାସହ ଏବେ ପଶ୍ଚିମବଙ୍ଗର ରାଜନୈତିକ ସ୍ଥିତି ଭଲ ନାହିଁ ତେଣୁ ରାଜ୍ୟର ନାଗରିକଙ୍କ ପାଇଁ କିଛି କରିବାକୁ ସେ ରାଜନୀତିକୁ ଆସିଛନ୍ତି ।

ଜଷ୍ଟିସ ଅଭିଜୀତ ଗଙ୍ଗୋପାଧ୍ୟାୟ ୨୪ବର୍ଷ ଓକିଲାତି କରିଛନ୍ତି । ସେ ୨୦୧୮ ମସିହାରେ କୋଲକତା ହାଇକୋର୍ଟର ଆଡିସିନାଲ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ । ୨୦୨୦ ରେ ପଦୋନ୍ନତି ପାଇ ସେ ସ୍ଥାୟୀ ବିଚାରପତି ହୋଇଥିଲେ ।