କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ରାମ ନବମୀ ହିଂସାକୁ ନେଇ କଡା ଟିପ୍ପଣୀ ରଖିଲେ ହାଇକୋର୍ଟ । କୋର୍ଟ କହିଛନ୍ତି ଯେ, ଯେଉଁ ସ୍ଥାନରେ ରାମ ନବମୀ ଅବସରରେ ହିଂସାକାଣ୍ଡ ଘଟିଛି, ସେହି ସ୍ଥାନରେ ଲୋକସଭା ନିର୍ବାଚନ ପାଇଁ ଅନୁମତି ଦିଆନଯାଉ । କୋର୍ଟ ବେଙ୍ଗଲ ସରକାରକୁ ସ୍ପଷ୍ଟ ଚେତାବନୀ ଦେଇ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ଶାନ୍ତି ଏବଂ ସଦଭାବ ଲୋକଙ୍କ ଭିତରେ ଦେଖିବାକୁ ମିଳୁନି, ତେବେ ଏହି ସଂସଦୀୟ କ୍ଷେତ୍ରରେ ନିର୍ବାଚନ କରାନଯାଉ । ଆଚାର ସଂହିତା ଲାଗିଥିବା ସତ୍ତେ୍ୱ ବି ଯଦି ଦୁଇଟି ସମ୍ପ୍ରଦାୟ ଭିତରେ ଏଭଳି ଲଢେଇ ହେଇପାରୁଛି, ତେବେ ସେମାନେ କୌଣସି ନିର୍ବାଚିତ ପ୍ରତିନିଧି ପାଇବା ପାଇଁ ଯୋଗ୍ୟ ନୁହଁନ୍ତି ।
ପଶ୍ଚିମବଙ୍ଗ ହାଇକୋର୍ଟଙ୍କ କହିବା କଥା, ମେ ୭ ଏବଂ ମେ ୧୩ରେ ନିର୍ବାଚନ ହେବାକୁ ଅଛି । ହେଲେ ସେଠାରେ କିନ୍ତୁ ନିର୍ବାଚନ କରାନଯାଉ । ନିର୍ବାଚର ଫାଇଦା ହିଁ କଣ? କୋଲକାତାର ମଧ୍ୟ ୨୩ଟି ସ୍ଥାନରେ ରାମ ନବମୀ ପାଳନ କରାଗଲା, ହେଲେ ଏଠାରେ କିନ୍ତୁ କୌଣସି ଅପ୍ରୀତିକର ଘଟଣା ଦେଖିବାକୁ ମିଳିଲାନି, ତେଣୁ ଯଦି ଆଚାର ସଂହିତା ଲାଗିଥିବା ସତ୍ତେ୍ୱ ମଧ୍ୟ କିଛି ଅଞ୍ଚଳରେ ଲୋକମାନେ ହିଂସାକୁ ଆପଣାଉଛନ୍ତି, ତେବେ ସେହି ସ୍ଥାନରେ ନିର୍ବାଚନ କରାନଯାଉ ବୋଲି କହିଛନ୍ତି ହାଇକୋର୍ଟ ।
ଅନ୍ୟପଟେ ରାଜ୍ୟ ପୋଲିସ କଣ କରୁଛି? କେନ୍ଦ୍ରୀୟ ସୁରକ୍ଷା ବଳ କଣ କରୁଛି? ବୋଲି ହାଇକୋର୍ଟ ପ୍ରଶ୍ନ କରିବା ସହିତ ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା କେତେ ଜଣଙ୍କୁ ଗିରଫ କରାଯାଇଛି ବୋଲି ହାଇକୋର୍ଟ ପଚାରିଛନ୍ତି । ଯାହାର ଜବାବରେ ରାଜ୍ୟ ସରକାରଙ୍କ ତରଫରୁ କେସ ଲଢୁଥିବା ଓକିଲ, ଏହି ମାମଲାରେ ଏବେ ସିଆଇଡି ଯାଞ୍ଚ ଚାଲିଥିବା ସୂଚନା ଦେଇଛନ୍ତି । ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଚେତାବନୀ ଦେବା ସହ କହିଛନ୍ତି ଯେ, ଆମେ ନିର୍ବାଚନ ଆୟୋଗଙ୍କୁ ପ୍ରସ୍ତାବ ଦେବୁ ଯେ, ବରହାମପୁରରେ ନିର୍ବାଚନ କରାନଯାଉ । ସୂଚନାଯୋଗ୍ୟ ଯେ, ଆସନ୍ତା ଶୁକ୍ରବାର ଏହି ମାମଲାରେ ଆଗାମୀ ଶୁଣାଣି ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/04/raniganj-violence-pti_650x400_81522082459.webp)