ମମତା ସରକାରଙ୍କୁ ପଶ୍ଚିମବଙ୍ଗ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଶୁଭେନ୍ଦୁ ଅଧିକାରୀଙ୍କୁ ଦିଆଯାଉ ଜେଡ କାଟାଗୋରୀ ସୁରକ୍ଷା

241

କନକ ବ୍ୟୁରୋ : ଶୁକ୍ରବାରଦିନ ପଶ୍ଚିମବଙ୍ଗ ହାଇକୋର୍ଟ ଶୁଭେନ୍ଦୁ ଅଧିକାରୀଙ୍କୁ ଜେଡ କାଟାଗୋରୀ ସୁରକ୍ଷା ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କହିରଖୁ କି ତୃଣମୂଳ ସରକାର ଜୁନ ୧୮ ତାରିଖରେ ବିଜେପି ବିଧାୟକ ତଥା ବିଧାନସଭାର ବିରୋଧୀଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ସୁରକ୍ଷା ହଟାଇ ଦେଇଥିଲେ । ଏହାକୁ ନେଇ ଶୁଭେନ୍ଦୁ ଅଧିକାରୀ ହାଇକୋର୍ଟରେ ଅଭିଯୋଗ କରିଥିଲେ । ଏହି ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି କି ରାଜ୍ୟ ସରକାର ସୁନିଶ୍ଚିନ୍ତ କରନ୍ତୁ କି ଶୁଭେନ୍ଦୁ ଅଧିକାରୀଙ୍କ ଜୀବନ ପ୍ରତି ବିପଦ ନାହିଁ ।

ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ଜଷ୍ଟିସ ଶିବକାନ୍ତ ପ୍ରସାଦଙ୍କ ଖଣ୍ଡପୀଠ ମାମଲାର ଶୁଣାଣି ବେଳେ କହିଛନ୍ତି କି ରାଜ୍ୟ ସରକାର ସୁନିଶ୍ଚିନ୍ତ କରାନ୍ତୁ କି ଅଧିକାରୀଙ୍କ ପ୍ରତି କୌଣସି ବିପଦ ନାହିଁ । ନଚେତ କୌଣସି ଅଘଟଣ ପାଇଁ ରାଜ୍ୟ ସରକାରଙ୍କୁ ଦୋଷୀ ମାନିବାକୁ କୋର୍ଟ ବାଧ୍ୟ ହେବ । ଅନ୍ୟପଟେ କେନ୍ଦ୍ର ସରକାର ଅଧିକାରୀଙ୍କୁ ଦେଇଥିବା ସୁରକ୍ଷାକୁ ନେଇ କୋର୍ଟ କହିଛନ୍ତି କି ପ୍ରଥମରୁ କେନ୍ଦ୍ର ସରକାର ଶୁଭେନ୍ଦୁଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦେଇଥିଲେ ।

ବିଜେପି ବିଧାୟକ ତଥା ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀଦଳ ନେତା ଶୁଭେନ୍ଦୁ ଅଧିକାରୀ କୋର୍ଟଙ୍କୁ କହିଥିଲେ କି କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳୁଥିବା ଜେଡ କାଟାଗୋରୀ ସୁରକ୍ଷା ବାଦ ତାଙ୍କୁ ରାଜ୍ୟ ସରକାର ୩ ଟି କ୍ଷେତ୍ରରେ ସୁରକ୍ଷା ଯୋଗାଇ ଦେବା ଆବଶ୍ୟକ । ଏହି ୩ ଟି କ୍ଷେତ୍ର ମଧ୍ୟରେ ରହିଛି ଫାଇଲଟ୍ କାର, ରୂଟ୍ ଲାଇନିଂ ଓ ଜନସଭାରେ ସୁରକ୍ଷା । କହିରଖୁ କି ଶୁଭେନ୍ଦୁ ଅଧିକାରୀ ଟିଏମସି ଛାଡି ବିଜେପିରେ ଯୋଗ ଦେବା ପରେ ପୂର୍ବ ବର୍ଷ ଡିସେମ୍ବର ମାସରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ତାଙ୍କୁ ଜେଡ କାଟାଗୋରୀ ସୁରକ୍ଷା ଯୋଗାଇ ଦିଆଯାଇଥିଲା ।