କନକ ବ୍ୟୁରୋ: କୋଲକାତା ଡାକ୍ତରଙ୍କୁ ହତ୍ୟା ଓ ଦୁଷ୍କର୍ମ ମାମଲା । ରାଜ୍ୟସରକାରଙ୍କୁ ହାଇକୋର୍ଟଙ୍କ ଭତ୍ସନା । କାଠଗଡାରେ ପଶ୍ଚିମବଙ୍ଗ ସରକାର । କୋଲକାତାର ଲୋମଟାଙ୍କୁରା ହତ୍ୟା ଓ ଦୁଷ୍କର୍ମ ମାମଲା ସମ୍ବନ୍ଧିତ ଏକ ଆବେଦନ ଉପରେ ଶୁଣାଣୀ କରିଛନ୍ତି ହାଇକୋର୍ଟ । ଗତ ୭ ଦିନ ହେବ ମାମଲାକୁ ନେଇ ଉଠୁଛି ପଡୁଛି ପଶ୍ଚିମବଙ୍ଗ । ତେବେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଉପରେ କେବଳ ଡାକ୍ତର, ବିରୋଧୀ ନୁହେଁ କୋର୍ଟ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । କୋର୍ଟ ପଚାରିଛନ୍ତି ।

Advertisment

-ମହିଳାଙ୍କ ସୁରକ୍ଷା ପାଇଁ କି ପଦକ୍ଷେପ ଗ୍ରହଣ କରୁଛନ୍ତି ରାଜ୍ୟ ସରକାର?
-ଯଦି ଡାକ୍ତରଙ୍କୁ ସୁରକ୍ଷା ଦେଇପାରୁନି ପୁଲିସ, ରାଜ୍ୟକୁ କିଭଳି ସୁରକ୍ଷା ଯୋଗାଇବ?
-ସୁରକ୍ଷିତ ନରହିଲେ ଡାକ୍ତର କିଭଳି କାମ କରିବେ?
-ପୁଲିସର ଉପସ୍ଥିତିରେ କିଭଳି ୭ହଜାର ଆନ୍ଦୋଳନକାରୀ ଏକାଠି ହେଲେ?
-କାହିଁକି ଆଲୋଚନା କରି ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ କରିବା ଦିଗରେ କାମ କରାଯାଉନି?
-ବିକ୍ଷୋଭ ଭିତରେ ହସ୍ପିଟାଲ ବନ୍ଦ ରଖିବା ଠିକ୍, ରୋଗୀଙ୍କୁ ଅନ୍ୟ ହସ୍ପିଟାଲକୁ ନିଆଯାଉ
-କେତେଦିନ ମଧ୍ୟରେ ରାଜ୍ୟର ସ୍ଥିତି ସ୍ବାଭାବିକ ହେବ?
-ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିକୁ ସମ୍ଭାଳିବାରେ ସରକାର ସମ୍ପୂର୍ଣ୍ଣ ବିଫଳ
-ବୁଧବାର ପରବର୍ତ୍ତୀ ଶୁଣାଣୀ ସହ ସିବିଆଇକୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ହସ୍ପିଟାଲ ଭଙ୍ଗାରୁଚାକୁ ବିରୋଧ କରି ଏହାକୁ ରୋକିବାକୁ ହୋଇଥିବା ଆବେଦନ ଶୁଣାଣୀ ସମୟରେ କରାଯାଇଛି । ପ୍ରତିପକ୍ଷ ଓକିଲ ଯୁକ୍ତି ବାଢ଼େଇଛନ୍ତି ଯେ ମାମଲାର ପ୍ରମାଣ ନଷ୍ଟ କରିବାକୁ ପ୍ରୟାସ କରାଯାଇଛି ଓ ରାଜ୍ୟ ସରକାରଙ୍କ ଭୂମିକା ମଧ୍ୟ ସନ୍ଦେହଭିତରେ ରହିଛି ।

ସେପଟେ ନ୍ୟାୟ ଦାବିରେ ଜୋରଦାର ହେଉଛି ଆନ୍ଦୋଳନ । କୋଲକାତାର କର୍ଣ୍ଣାଟକ । ଦିଲ୍ଲୀରୁ ଡେରାଡୁନ । କାମ ଛାଡି ରାସ୍ତାରେ ବସିଛନ୍ତି ଜୁନିୟର ଡାକ୍ତର । ସେପଟେ ଶନିବାର ସାରା ଦେଶରେ ଆନ୍ଦୋଳନକୁ ଓହ୍ଲାଇବ ଇଣ୍ଡିଆନ ମେଡିକାଲ ଆସୋସିଏସନ । କାଲି ଟିଏମସି ମଧ୍ୟ ରାଜ୍ୟବ୍ୟାପି ବନ୍ଦ ଡାକରା ଦେଇଛି । ସେପଟେ ଓପିଡି ସେବା ବନ୍ଦ ଯୋଗୁଁ ରୋଗୀଙ୍କ ସମସ୍ୟା ବି ବଢ଼ୁଛି । ଭଙ୍ଗାରୁଚା ମାମଲାରେ ଏବେ ସୁଦ୍ଧା ୧୨ଜଣଙ୍କୁ ଗିରଫ କରାଯାଇଛି ।ସେପଟେ ମୁଖ୍ୟ ଅଭିଯୁକ୍ତ ସଂଜୟ ରୟକୁ ମଧ୍ୟ ଚାଲିଛି ଜେରା ।ତେବେ ଅପରାଧୀର ବୟାନ ଓ ପୋଷ୍ଟମର୍ଟମ ରିପୋର୍ଟରେ ଯେଉଁ ସବୁ ଖୁଲାସା ହେଉଛି ତାହା ନିର୍ଭୟା ହତ୍ୟାକାଣ୍ଡକୁ ପୁଣି ମନେ ପକାଇଦେଇଛି ।