କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ଆବାସକୁ ନେଇ ଗାଁ ଗାଁରେ ଗଣ୍ଡଗୋଳ ଓ ଝଗଡା ଚାଲିଛି । କିଏ ଘର ପାଇଲା, କାହାର ତାଲିକାରୁ ନାଁ କଟିଲା ତାକୁ ନେଇ ରାଜନୀତି ଜୋର । ଆଉ ଏହାରି ଭିତରେ କେତେ ଲୋକଙ୍କୁ ସରକାରୀ ଘର ମିଳିଛି ତାର ଏକ ହିସାବ ସାମ୍ନାକୁ ଆସିଛି । ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ପଚାରିଥିବା ପ୍ରଶ୍ନର ଉତର । ପଂଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଲିଖିତ ଉତରରେ ଜଣାଇଛନ୍ତି ଯେ,

Advertisment

୨୨ ବର୍ଷରେ ଦିଆଯାଇଛି କେତେ ପକ୍କା ଘର?
- ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ୨୨ ବର୍ଷରେ ୪୪ ଲକ୍ଷ ୯୯ ହଜାର ପକ୍କା ଘର ଦିଆଯାଇଛି
- କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି ୯ ଲକ୍ଷ ୫୯ ହଜାର ପ୍ରଧାନମନ୍ତ୍ରୀ ଆବାସ ଗୃହ
- ଆହୁରି ୧ ଲକ୍ଷ ୩୦ ହଜାର ୮୭୩ ପରିବାର ଆବାସ ପ୍ଲସରେ ଯୋଗ୍ୟ ଚିହ୍ନିତ ହୋଇଛନ୍ତି
- ୨୦୨୨ରେ ପକ୍କା ଘର ପାଇବା ପାଇଁ ଯୋଗ୍ୟ ଅଦିବାସୀ ପରିବାରଙ୍କ ସର୍ଭେ ହୋଇଥିଲା
- ସର୍ଭେରେ ୨୬ ହଜାର ୭୭୫ ଆଦିବାସୀ ପରିବାର ଓ ସ୍ୱାଭିମାନ ଅଂଚଳରେ ୧୮ ହଜାର ୧୬୦ ଯୋଗ୍ୟ ପରିବାରଙ୍କୁ ଚିହ୍ନଟ କରାଯାଇଛି

ବିଧାନସଭା ଶୂନ୍ୟକାଳରେ ପ୍ରଧାନମନ୍ତ୍ରୀ ଆବାସକୁ ନେଇ ଆଜି ନାରାବାଜି କରିଛନ୍ତି ଶାସକ ଦଳ ସଦସ୍ୟ । ୨୦୨୨ ସୁଦ୍ଧା ପ୍ରଧାନମନ୍ତ୍ରୀ ଆବାସ ଗୃହ ଦେବାକୁ କହି କେନ୍ଦ୍ର ସରକାର ଓଡିଶା ଲୋକଙ୍କୁ ଠକି ଦେଇଥିବା ବ୍ୟାନର ଧରି ପ୍ରତିବାଦ କରିଥିଲେ ବିଜେଡି ବିଧାୟକ ।

ବିଧାନସଭାରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ପଚାରିଥିବା ପ୍ରଶ୍ନର ଉତର । ଏଥିରେ ୨୦୧୬-୧୭ରୁ ୨୦୨୧-୨୨ ମଧ୍ୟରେ ପ୍ରଧାନମନ୍ତ୍ରୀ ଆବସ ଗୃହର ହିସାବ ଦିଆଯାଇଛି । ବିଭାଗୀୟ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଲିଖିତ ଉତରରେ ଜଣାଇଛନ୍ତି ଯେ,

୫ ବର୍ଷରେ ଦିଆଯାଇଛି କେତେ ପ୍ରଧାନମନ୍ତ୍ରୀ ଆବାସ?
- ୨୦୧୬-୧୭ରୁ ୨୦୨୧-୨୨ ମଧ୍ୟରେ ୧୮ ଲକ୍ଷ ୭୮ ହଜାର ୩୨୪ ପକ୍କା ଘର ମଞ୍ଜୁର ହୋଇଛି
- ସେଥିମଧ୍ୟରୁ ୧୭ ଲକ୍ଷ ୧୦ ହଜାର ୨୧୮ ପ୍ରଧାନମନ୍ତ୍ରୀ ଆବାସ ଗୃହ ନିର୍ମାଣ ଶେଷ ହୋଇଛି
- କିନ୍ତୁ ୫ ବର୍ଷ ମଧ୍ୟରେ ସରିପାରିନି ୧ ଲକ୍ଷ ୬୮ ହଜାର ୧୦୬ ପକ୍କା ଘର ନିର୍ମାଣ କାମ
- ଏବେ ୨୦୨୧-୨୨ରୁ ୨୦୨୨-୨୩ ମଧ୍ୟରେ କେନ୍ଦ୍ରରୁ ମିଳିଥିବା ପକ୍କା ଘରର ସମ୍ଭାବ୍ୟ ହିତାଧିକାରୀ ତାଲିକା ଚୂଡାନ୍ତିକରଣ ଚାଲିଛି

ଏପଟେ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ଦେଖାଉଥିବା ଅଭିଯୋଗ କରିଛି ବିଜେଡି । ଏହାକୁ ନେଇ ରାଜଭବନ ସମ୍ମୁଖରେ ବିଜୁ ମହିଳା ଜନତା ଦଳ ଧାରଣା ଦେବା ସହ ପ୍ରତିବାଦ କରିଛି ।