କନକ ବ୍ୟୁରୋ : ପୁଷ୍ପା ଫିଲ୍ମକୁ ନେଇ ଦେଶ ତଥା ବିଦେଶରେ ଜବରଦସ୍ତ କ୍ରେଜ ରହିଛି । ପୁଷ୍ପା ଫିଲ୍ମର ଡାଇଲଗ ସହ ଏହାର ଗୀତକୁ ଫେସବୁକ ଷ୍ଟୋରୀ ଓ ଇନଷ୍ଟାଗ୍ରାମ ରିଲରେ ଦେଖିବାକୁ ମିଳୁଛି । କେବଳ ଭାରତୀୟ ନୁହଁନ୍ତି ବିଦେଶୀ ମଧ୍ୟ ପଡିଛନ୍ତି ପୁଷ୍ପା ଡାଇଲଗର ପ୍ରେମରେ । କ୍ରିକେଟରଙ୍କ ଠାରୁ ଆରମ୍ଭ କରି ଫିଲ୍ମ ଷ୍ଟାର ସମସ୍ତେ ଏବେ ପୁଷ୍ପା ଷ୍ଟାଇଲକୁ ଆପଣାଉଥିବାର ଦେଖିବାକୁ ମିଳୁଛି । ଆଉ ଏସବୁ ଭାରତୀୟ କ୍ରିକେଟର ଏଥିରୁ ବାଦ୍ ପଡନ୍ତେ ବା କିପରି । ପୂର୍ବରୁ ରବୀନ୍ଦ୍ର ଜାଡେଜା, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ଖେଳାଳୀ ପୁଷ୍ପା ଫିଲ୍ମରେ ଡାଇଲଗ ମାରିଥିବା ବେଳେ ଏବେ ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ମଧ୍ୟ ପୁଷ୍ପା ନିଶା ଘାରିଛି ।
ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜର ଆରମ୍ଭ ପୂର୍ବରୁ ଟିମ୍ ଇଣ୍ଡିଆ ଏବେ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ପହଞ୍ଚିଛି । ଯେଉଁଠି ଖେଳାଳା ମାନେ ଅଭ୍ୟାସ କରୁଥିବା ବେଳେ ଟିମ୍ ବସରୁ କିଛି ମଜାଦାର ଭିଡ଼ିଓ ସାମ୍ନାକୁ ଆସିଛି । ୟୁଜବେନ୍ଦ୍ର ଚହଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସାଥୀ ଖେଳାଳୀଙ୍କୁ ନେଇ ଏକ ରିଲ ସେୟାର କରିଛନ୍ତି । ଯେଉଁଥିରେ ସୁପରହିଟ୍ ଫିଲ୍ମ ପୁଷ୍ପା ଡାଇଲଗ ଶୁଣିବାକୁ ମିଳୁଛି । ଚହଲଙ୍କ ସହ ଏହି ରିଲରେ ନବଦୀପ ସାଇନି ଓ ହରପ୍ରୀତ୍ ବ୍ରାରଙ୍କୁ ମଧ୍ୟ ଦେଖିବାକୁ ମିଳିଛି ।
View this post on Instagram
ପୁଷ୍ପା ଫିଲ୍ମର ଲୋକପ୍ରିୟ ଡାଇଲଗ, ‘ ପୁଷ୍ପା ନାମ ସୁନକର ଫ୍ଲାୱାର ସମଝି କ୍ୟା, ଫାୟାର ହୈ ମୈ, ଝୁକୁଗାଁ ନେହିଁ କହୁଥିବାର ଶୁଣିବାକୁ ମିଳୁଛି । ଆଉ ଏହି ଭିଡ଼ିଓ ରାଜସ୍ଥାନ ରୟାଲ୍ସ ମଧ୍ୟ ନିଜ ଟ୍ୱିଟର ପେଜରେ ସେୟାର କରିଛି । ଯେଉଁଥିରେ ଚହଲଙ୍କ ଫଟୋ ସହ ଲେଖାଯାଇଛି ଫାୟାର ହୈ, ରୟାଲ ହୈ । ଏହାପୂର୍ବରୁ ମଧ୍ୟ ଚହଲ ଏକାକୀ ପୁଷ୍ପା ଫିଲ୍ମର ଡାଇଲଗରେ ରିଲ କରି ନିଜ ଇନଷ୍ଟାଗ୍ରାମ ପେଜରେ ସେୟାର କରିଥିଲେ । ଯାହାକୁ ଲୋକେ ବେଶ ପସନ୍ଦ କରିଥିଲେ ।
View this post on Instagram
ୱେଷ୍ଟଇଣ୍ଡିଜ ବିପକ୍ଷରେ ଦିନିକିଆ ଓ ଟି-୨୦ ସିରିଜ କ୍ଲିନ ସୁଇପ କରିବା ପରେ ଏବେ ଟିମ୍ ଇଣ୍ଡିଆ ଶ୍ରୀଲଙ୍କା ବିପକ୍ଷରେ ଟି-୨୦ ମୁକାବିଲା ପାଇଁ ମୈଦାନକୁ ଓହ୍ଲାଇବ । ଲକ୍ଷ୍ନୌରେ ପ୍ରଥମ ଟି-୨୦ ବିନା ଦର୍ଶକରେ ଖେଳାଯିବ । ଯାହା ଆସନ୍ତା ୨୪ ତାରିଖରେ ଖେଳାଯିବ । ସେହିଭଳି ଧର୍ମଶାଳାରେ ସିରିଜର ଦ୍ୱିତୀୟ ଓ ତୃତୀୟ ମ୍ୟାଚ୍ ଖେଳାଯିବ ।