ନିଖୋଜ ହେଲେ କ୍ୟାଫେ କଫି ଡେ’ର ମାଲିକ ବିଜି ସିଦ୍ଧାର୍ଥ ! ହେଲିକ୍ୟାପ୍ଟର ଏବଂ ଡଙ୍ଗା ସାହାଯ୍ୟରେ ଚାଲିଛି ଉଦ୍ଧାରକାର୍ଯ୍ୟ , ୭ ହଜାର କୋଟି ଟଙ୍କାର କରଜରେ ବୁଡିଥିଲା କମ୍ପାନୀ ।  

337

ଏସିଆର ସବୁଠାରୁ ବଡ କଫି କମ୍ପାନୀ କ୍ୟାଫେ କଫି ଡେ’ର ସଂସ୍ଥାପକ ତଥା ମାଲିକ ବିଜି ସିଦ୍ଧାର୍ଥ ବାଙ୍ଗାଲୋରର ମାଙ୍ଗଲୋରରୁ ଅଚାନକ ନିଖୋଜ ହୋଇଯାଇଛନ୍ତି । ପରିବାର କହିବାନୁସାରେ ସେ ସୋମବାର ସନ୍ଧ୍ୟାରେ ଘରୁ ବାହାରିଥିଲେ ସେହି ସମୟଠାରୁ ତାଙ୍କର କୌଣସି ପତ୍ତା ମିଳୁନାହିଁ । ତାଙ୍କ ଫୋନ୍ ବନ୍ଦ ଆସୁଥିବାବେଳେ ଡ୍ରାଇଭରର କହିବାନୁସାରେ ଉଲ୍ଳଲ ପୁଲରୁ ସେ ଡେଇଁପଡିଥିବା କଥା ଆଶଙ୍କା କରାଯାଉଛି ।

ତେବେ ତାଙ୍କର ଏକ ଚିଠି ମଧ୍ୟ ମିଳିଛି ଯେଉଁଥିରେ ସେ ବୋର୍ଡ ଅଫ୍ ଡିରେକ୍ଟର ଏବଂ ସିସିଡି ପରିବାରକୁ କମ୍ପାନୀର ମାନ୍ଦାବସ୍ତା ଏବଂ ନିଜ ଉପରେ ଥିବା କରଜକୁ ନେଇ ବ୍ୟସ୍ତ ଥିବା କଥା ଜାହିର କରିଛନ୍ତି । କଫି କିଙ୍ଗ୍ ବିଜି ସିଦ୍ଧାର୍ଥଙ୍କୁ ଖୋଜିବା ପାଇଁ କନ୍ନଡ ପୋଲିସ୍ ହେଲିକ୍ୟାପ୍ଟର ଏବଂ କୋଷ୍ଟ ଗାର୍ଡର ସହୟତା ନେଇଛନ୍ତି । ପାଖାପାଖି ୨୦୦ ଲୋକଙ୍କୁ ତାଙ୍କୁ ଖୋଜିବା କାମରେ ଲଗାଯାଇଛି । ଏଥିମଧ୍ୟରେ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦ୍ୟୁରପ୍ପା ମଧ୍ୟ ଏସଏମ୍ କୃଷ୍ଣା ଏବଂ ପରିବାର ସହ ସାକ୍ଷାତ୍ କରିବା ପାଇଁ ତାଙ୍କ ବାସଭବନରେ ପହଂଚିଥିଲେ ।

ରିପୋର୍ଟ ମୁତାବକ , ସୋମବାର ସନ୍ଧ୍ୟାବେଳେ ସିଦ୍ଧାର୍ଥ କାର୍ ନେଇ ଘରୁ ବାହାରିଥିଲେ । ମାଙ୍ଗଲୋର ପାଖରେ ଥିବା ନେତ୍ରାରାବତୀ ନଦୀ ପାଖରେ ପ୍ରସ୍ତୁତ ହୋଇଥିବା ପୋଲରେ କାର୍ ଅଟକାଇ କେଉଁଆଡେ ଚାଲିଯାଇଥିଲେ । ଏହି ସ୍ଥାନଟି ବାଙ୍ଗାଲୋରରୁ ପାଖାପାଖି ୩୭୫ କି.ମି. ଦୂରରେ ରହିଛି । ଘଣ୍ଟାଏ ପରେ ଯେତେବେଳେ ମାଲିକ କାର୍ ପାଖକୁ ଆସିଲେନାହିଁ ସେତେବେଳେ ଡ୍ରାଇଭର୍ ଙ୍କୁ ଚିନ୍ତା ହେବାକୁ ଲାଗିଲା ଏବଂ ସେ ସିଦ୍ଧାର୍ଥଙ୍କୁ ଖୋଜିବାକୁ ଲାଗିଲେ । ସିଦ୍ଧାର୍ଥଙ୍କ କୌଣସି ଖବର ନ ମିଳିବାରୁ ଡ୍ରାଇଭର୍ ପରିବାର ଏବଂ ପୋଲିସଙ୍କୁ ଏନେଇ ଖବର ଦେଲେ । ପୋଲିସକୁ ମିଳିଥିବା ସୂତ୍ର ଅନୁସାରେ , ନିଖୋଜ ହେବା ପୂର୍ବରୁ ସିଦ୍ଧାର୍ଥ ନିଜ ସିଏଫଓଙ୍କ ସହ କଥାବାର୍ତ୍ତା କରି କମ୍ପାନୀର ଯତ୍ନ ନେବାକୁ କହିଥିଲେ । ତେବେ ସୂତ୍ର ଅନୁସାରେ ସିସିଡି ଉପରେ ୭ ହଜାର କୋଟି ଟଙ୍କାର କରଜ ଥିଲା । କରଜ କାରଣରୁ ସିଦ୍ଧାର୍ଥ ଆତ୍ମହତ୍ୟା କରିଥିବା କଥା ପୋଲିସ୍ ଏବେ ଆଶଙ୍କା କରୁଛି ।