କନକ ବ୍ୟୁରୋ : ଭୁବନେଶ୍ୱର ନୀଳାଦ୍ରି ବିହାର ସ୍ଥିତ ରାଜ୍ୟର ସୁପର ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲ ଏବଂ ହାଇଦ୍ରାବାଦ ସ୍ଥିତ ଏଆଇଜି ହସ୍ପିଟାଲ ର ମିଳିତ ସହଯୋଗରେ ଓଡିଶାରେ ପ୍ରଥମ ଥର ପାଇଁ କ୍ୟାଡେଭେରିକ୍ ଯକୃତ ପ୍ରତିରୋପଣ କରି ଏକ ପ୍ରାରମ୍ଭିକ ଭିତ୍ତିଭୂମି ସୃଷ୍ଟି କରିଥିଲା। ୧୭ ଏପ୍ରିଲ ୨୦୨୪ ରେ ଐତିହାସିକ ଅସ୍ତ୍ରୋପଚାର ଦ୍ୱାରା ରାଜ୍ୟର ଚିକିତ୍ସା କ୍ଷେତ୍ରରେ ଏକ ଉଲ୍ଲେଖନୀୟ ଅବଦାନ ସୃଷ୍ଟି କରିଥିଲା ଯାହାକି ଏହି ଅଞ୍ଚଳର ରୋଗୀମାନଙ୍କ ପାଇଁ ଉନ୍ନତ ଯକୃତ ପ୍ରତିରୋପଣ କ୍ଷେତ୍ରରେ ପ୍ରକ୍ରିୟା ସଫଳତାର ସହିତ ଆଣିପାରିଛି ।
ଉଚ୍ଚ କୁଶଳୀ ଡାକ୍ତର ମାନଙ୍କ ନେତୃତ୍ୱରେ ଏହି ଅସ୍ତ୍ରୋପଚାରକୁ ଡକ୍ଟର ସତ୍ୟ ପ୍ରକାଶ ରାୟ ଚୌଧୁରୀ ଏବଂ ଡକ୍ଟର୍ ସଲିଲ କୁମାର ପରିଡ଼ା senior consultant ଏଚପିବି, ଜିଆଇ ଏବଂ ଲିଭର ଟ୍ରାନ୍ସପ୍ଲାଣ୍ଟ ସର୍ଜରୀ ଉତ୍କଳ ହସ୍ପିଟାଲ ସହିତ ହାଇଦ୍ରାବାଦ ସ୍ଥିତ ଏଆଇଜି ହସ୍ପିଟାଲ ଲିଭର ଟ୍ରାନ୍ସପ୍ଲାଣ୍ଟ ସର୍ଜରୀ ନିର୍ଦ୍ଦେଶକ ଡକ୍ଟର ପି ବାଲଚନ୍ଦ୍ରନ୍ ମେନନ୍ , ଡକ୍ଟର୍ ଶକ୍ତି ସ୍ୱରୂପ ଏବଂ ଅନ୍ୟାନ ଡାକ୍ତରୀ ଦଳ ଲିଭର ସିରୋସିସ୍ ରୋଗରେ ପୀଡିତ ସୋନପୁରର ୪୧ ବର୍ଷିୟ ଶରତ ପ୍ରଧାନ ଏହି ଟ୍ରାନ୍ସପ୍ଲାଣ୍ଟ କରିଥିଲେ ଏବଂ ଚିକିତ୍ସା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିଥିଲେ।
ଏହି ସଫଳତାକୁ ସ୍ମରଣୀୟ କରିବା ପାଇଁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉତ୍କଳ ହସ୍ପିଟାଲର ସିଇଓ ଡ଼ ଆଶିଷ ଚନ୍ଦ୍ରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଉତ୍କଳ ହସ୍ପିଟାଲର ଚିକିତ୍ସା ସେବା ନିର୍ଦ୍ଦେଶକ ଡକ୍ଟର ଆର କେ ମହାପାତ୍ର; ଏଚପିବି, ଜିଆଇ ଏବଂ ଲିଭର ଟ୍ରାନ୍ସପ୍ଲାଣ୍ଟ ସର୍ଜରୀ ବିଭାଗର ବରିଷ୍ଠ ଡ ସତ୍ୟପ୍ରକାଶ ରାୟ ଚୌଧୁରୀ ଏବଂ ଡ ସଲିଲ ପରିଡା, ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିର ବରିଷ୍ଠ ପରାମର୍ଶଦାତା ଡ ବିଜୟ କୁମାର ମିଶ୍ର, ଏଆଇଜି ହସ୍ପିଟାଲ, ହାଇଦ୍ରାବାଦର ଲିଭର ଟ୍ରାନ୍ସପ୍ଲାଣ୍ଟ ସର୍ଜରୀ ନିର୍ଦ୍ଦେଶକ ଡ ପି. ବାଲଚନ୍ବ୍ରନ୍ ମେନନ୍ ଏବଂ ଏଆଇଜି ହସ୍ପିଟାଲ ହାଇଦ୍ରାବାଦର ଉପସଭାପତି ସନ୍ତୋଷ କୁମାର ସକ୍ଷହୁ ଏହି ଅବସରରେ ଉପସ୍ଥିତ ଥିଲେ ।
ଡକ୍ଟର ଆଶିଷ ଚନ୍ଦ୍ରା ତାଙ୍କ ବକ୍ତବ୍ୟରେ କହିଛନ୍ତି, ମିଳିତ ପ୍ରୟାସ କାରଣରୁ ଏହି ସଫଳତା ମିଳିଛି । ଯାହା ଆମକୁ ଗର୍ବିତ କରିଛି । ମିଳିତ ପ୍ରୟାସରେ ପ୍ରଥମ କ୍ୟାଡେଭେରିକ୍ ଲିଭର ପ୍ରତିରୋପଣ ସଫଳ ହୋଇପାରିଛି ଏବଂ ଓଡ଼ିଶାବାସୀଙ୍କୁ ଅତ୍ୟାଧୁନିକ ଚିକିତ୍ସା ସେବା ଯୋଗାଇବା ପାଇଁ ଉତ୍କଳ ହସ୍ପିଟାଲର ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଛନ୍ତି।
ଡକ୍ଟର ସତ୍ୟ ପ୍ରକାଶ ରାୟ ଚୌଧୁରୀ ଏହି ମାଇଲଖୁଣ୍ଟର ମହତ୍ତ୍ୱ ଉପରେ ଆଲୋକପାତ କରି କହିଛନ୍ତି ଯେ ଏହି ସଫଳତା ଡାକ୍ତରୀ ଉତ୍କର୍ଷର ସୀମାକୁ ଆହୁରି ବୃଦ୍ଧି କରାଇବା ପାଇଁ ଆମର ଉତ୍ସର୍ଗୀକୃତତାକୁ ଦର୍ଶାଉଛି ଏବଂ ଆମର ରୋଗୀଙ୍କୁ ବିଶ୍ୱ ସ୍ତରୀୟ ସ୍ୱାସ୍ଥ୍ୟସେବା ଯୋଗାଇବା ଆମର ମିଶନକୁ ଦର୍ଶାଉଛି।
ଡକ୍ଟର ପି ବାଲଚନ୍ଦ୍ରନ୍ ମେନନ୍ ଏହି ଅବସରରେ ଉତ୍କଳ ହସ୍ପିଟାଲ୍ ଏବଂ ଏଆଇଜି ହସ୍ପିଟାଲ୍ ହାଇଦ୍ରାବାଦ ମଧ୍ୟରେ ନିରନ୍ତର ସହଯୋଗକୁ ପ୍ରଶଂସା କରି କହିଛନ୍ତି ଯେ ଏହି ଅସ୍ତ୍ରୋପଚାରର ସଫଳ ଫଳାଫଳ ଆମର ଡାକ୍ତରୀ ଦଳର ସମନ୍ୱିତ ପ୍ରୟାସକୁ ପ୍ରତିଫଳିତ କରିଥାଏ ଏବଂ ନୂତନତ୍ୱ ଏବଂ ସହଯୋଗ ମାଧ୍ୟମରେ ସ୍ୱାସ୍ଥ୍ୟସେବାକୁ ଅଗ୍ରଗତି କରିବା ପାଇଁ ଆମର ସହଭାଗୀ ପ୍ରତିବଦ୍ଧତାକୁ ପ୍ରମାଣିତ କରିଛି ।
ଉତ୍କଳ ହସ୍ପିଟାଲରେ ସଫଳ କ୍ୟାଡେଭେରିକ୍ ଯକୃତ ପ୍ରତିରୋପଣ ଓଡିଶାରେ ଲିଭର ଟ୍ରାନ୍ସପ୍ଲାଣ୍ଟ ସର୍ଜରୀରେ ଏକ ଉଲ୍ଲେଖନୀୟ ଅଗ୍ରଗତିକୁ ଚିହ୍ନିତ କରିଛି ଏବଂ ରୋଗୀ ସେବା ଏବଂ ଚିକିତ୍ସା ଉତ୍କର୍ଷ ପାଇଁ ତାର ନିରନ୍ତର ଉତ୍ସର୍ଗର ପ୍ରମାଣ ଦେଇପାରିଛି । ସନ୍ତୋଷ କୁମାର ସାହୁ ଉତ୍କଳ ହସ୍ପିଟାଲ୍ ଏବଂ ଏଆଇଜି ହସପିଟାଲକୁ ଓଡ଼ିଶା ବାସୀଙ୍କ ତରଫରୁ କୃତଜ୍ଞତା ଜଣାଇଛନ୍ତି ।
Follow Us