ଆସିଲା ସମ୍ଭାବ୍ୟ ମନ୍ତ୍ରିମଣ୍ଡଳର ତାଲିକା । ୧୩ ଜଣଙ୍କୁ ମିଳିପାରେ କ୍ୟାବିନେଟ୍ ଓ ୮ ଜଣଙ୍କୁ ମିଳିପାରେ ରାଷ୍ଟ୍ରମନ୍ତ୍ରୀ ପାହ୍ୟା…

926

କନକ ବ୍ୟୁରୋ: ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳ ନେଇ ବର୍ତ୍ତମାନ ସମୟର ସବୁଠାରୁ ବଡ ଏବଂ ଗୁରୁତ୍ୱପୂର୍ଣ୍ଣ ଖବର । ଆସିଲା କ୍ୟାବିନେଟ୍ ମନ୍ତ୍ରୀଙ୍କ ତାଲିକା । କ୍ୟାବିନେଟ ପାହ୍ୟା ତାଲିକାରେ ୧୩ ଜଣଙ୍କୁ ସ୍ଥାନ ମିଳିବା ନେଇ ସୂଚନା ମିଳିଛି । ସମ୍ଭାବ୍ୟ କ୍ୟାବିନେଟ୍ ମନ୍ତ୍ରୀଙ୍କ ତାଲିକାରେ ଝାରସୁଗୁଡା ବିଧାୟକ ନବ ଦାସ, ଆଠଗଡ ବିଧାୟକ ରାଜା ସ୍ୱାଇଁ, କାମାକ୍ଷାନଗର ବିଧାୟକ ପ୍ରଫୁଲ୍ଲ ମଲ୍ଲିକଙ୍କ ନାଁ ରହିଛି । ସେହିପରି ପ୍ରମିଳା ମଲ୍ଲିକ, ଉଷା ଦେବୀ, ଟୁକୁନି ସାହୁ, ଜଗନ୍ନାଥ ସାରକା, ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ, ପ୍ରଦୀପ ଅମାତ, ଅଶୋକ ପଣ୍ଡା, ରାଜେନ୍ଦ୍ର ଢୋଲକିଆ, ନିରଞ୍ଜନ ପୂଜାରୀଙ୍କ ନାଁ ସମ୍ଭାବ୍ୟ ତାଲିକାରେ ରହିଛି ।

ସେପଟେ ୮ ଜଣ ବିଧାୟକଙ୍କ ନାମ ମଧ୍ୟ ସମ୍ଭାବ୍ୟ ରାଷ୍ଟ୍ରମନ୍ତ୍ରୀଙ୍କ ତାଲିକାରେ ରହିଛି । ସେମାନେ ହେଲେ ସମୀର ରଞ୍ଜନ ଦାସ, ଅଶ୍ୱିନୀ କୁମାର ପାତ୍ର, ପ୍ରୀତିରଞ୍ଜନ ଘଢେଇ, ଶ୍ରୀକାନ୍ତ ସାହୁ, ତୁଷାରକାନ୍ତି ବେହେରା, ରୋହିତ ପୂଜାରୀ, ରିତା ସାହୁ, ବାସନ୍ତୀ ହେମ୍ବ୍ରମଙ୍କ ନାଁ ତାଲିକାରେ ରହିଛି । ତେବେ ଏମାନଙ୍କ ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିପାରେ । ଆସନ୍ତାକାଲି ସମ୍ଭାବ୍ୟ ତାଲିକାରେ ଥିବା ବିଧାୟକମାନେ ଶପଥ ନେଇପାରନ୍ତି ।