ହ୍ୟାଲୋ ! ଆପଣ ମନ୍ତ୍ରୀ ହେବେ… ନବକଳେବର ହେବ ନବୀନଙ୍କ ନୂଆଟିମ୍ । ବିଭିନ୍ନ ବିଧାୟକଙ୍କୁ ଯାଉଛି ଫୋନ୍ ।

362

କନକ ବ୍ୟୁରୋ: ନବୀନଙ୍କ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବା ନେଇ ସକାଳେ ଯାଇଥିଲା ସମସ୍ତ ମନ୍ତ୍ରୀଙ୍କୁ ଫୋନ । ଆଉ ଏବେ ନୂଆ ମନ୍ତ୍ରୀ ହେବାକୁ ବିଭିନ୍ନ ବିଧାୟକଙ୍କୁ ଯାଉଛି ଫୋନ୍ ।  ସେମାନଙ୍କୁ ଫୋନ୍ କଲ ଯାଉଥିବା ନେଇ ବର୍ତ୍ତମାନ ସମୟର ବଡ ସୂଚନା ମିଳିଛି । ଆସନ୍ତାକାଲି ନବୀନଙ୍କ ନୂଆ ଟିମ୍ ଶପଥ ଗ୍ରହଣ ଉତ୍ସବ ଥିବାରୁ ଏବେ ସେହି ସମ୍ଭାବ୍ୟ ମନ୍ତ୍ରୀଙ୍କ ପାଖକୁ ଫୋନ୍ ଯାଉଛି ।

ତେବେ ପ୍ରତାପ ଦେବଙ୍କୁ ଯାଇଛି ଫୋନ୍ କଲ୍ । ରାଜେନ୍ଦ୍ର ଢୋଲକିଆଙ୍କ ପାଖକୁ ବି ଫୋନ୍ ଯାଇଥିବା ସୂଚନା ମିଳିଛି । ପ୍ରମିଳା ମଲ୍ଲିକ ବି ନୂଆ ମନ୍ତ୍ରିମଣ୍ଡଳରେ ସାମିଲ ହେଉଛନ୍ତି । ତାଙ୍କ ପାଖକୁ ବି ଫୋନ୍ କଲ୍ ଯାଇଛି । ସେହିପରି ରୀତା ସାହୁ, ପ୍ରତାପ ଜେନାଙ୍କ ପାଖକୁ ଫୋନ୍ ଯାଇଛି । ନିରଞ୍ଜନ ପୂଜାରୀଙ୍କ ପାଖକୁ କଲ୍ ଯାଇଥିବା ସୂଚନା ।

କିଛି ସମୟ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚିଥିଲେ ବିଜେପୁର ବିଧାୟିକା । ନବୀନଙ୍କ ନୂଆ ଟିମରେ ମିଳିପାରେ ରୀତା ସାହୁଙ୍କୁ ସ୍ଥାନ ବୋଲି ଚର୍ଚ୍ଚା ହେଉଛି ।