କନକ ବ୍ୟୁରୋ : ଚାଷୀ ଆନ୍ଦୋଳନ ଭିତରେ ବଡ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏମଏସ ସ୍ୱାମୀ ନାଥନ କମିଟି ସୁପାରିଶ ଲାଗୁ ହେଉ ବୋଲି କହିଲେ ରାଜ୍ୟ ସରକାର । ଏମଏସପି ପାଇଁ କ୍ୟାବିନେଟ ସଂକଳ୍ପ ହୋଇଛି । ଏନେଇ ରାଜ୍ୟ କ୍ୟାବିନେଟରେ ପ୍ରସ୍ତାବ ପାରିତ ହୋଇଛି, ଏହାସହ ଏନେଇ କେନ୍ଦ୍ରକୁ କରାଯିବ ।
ଉତ୍ପାଦନ ମୂଲ୍ୟ ତୁଳନାରେ ଏମଏସପି ୫୦ ପ୍ରତିଶତ ଅଧିକ ହେବା ଦରକାର ବୋଲି କ୍ୟାବିନେଟରେ କୁହାଯାଇଛି । ଚାଷୀଙ୍କ ଆୟ ଦ୍ୱିଗୁଣିତ ପାଇଁ ଏମଏସପି ଗୁରୁତ୍ୱପୂର୍ଣ୍ଣ ବୋଲି ରାଜ୍ୟ ସରକାର କହିଛନ୍ତି । ୨୦୧୭-୧୮ରେ ବିଧାନସଭାରେ ସଂକଳ୍ପ ପାରିତ ହୋଇଥିଲା ।
କୃଷି ବିଲକୁ ନେଇ ଦେଶରେ ଆନ୍ଦୋଳନ କରୁଛନ୍ତି କୃଷକ ସଂଗଠନ । ଏହି ବିଲକୁ ବିରୋଧ କରି ଦିଲ୍ଲୀରେ ଜୋରଦାର ବିକ୍ଷୋଭ ହେଉଛି । ହେଲେ କିଛି ବି ନିଷ୍କର୍ଷ ବାହାରି ପାରୁନି । ଏହି ଆନ୍ଦୋଳନରେ କୃଷକମାନଙ୍କୁ ଅନେକ ରାଜନୈତିକ ଦଳ ସମର୍ଥନ କରୁଛନ୍ତି । ହେଲେ ଆଜି ରାଜ୍ୟ ସରକାର କୃଷକଙ୍କ ସମର୍ଥନରେ ବାହାରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/35-3.jpg)