ଆଦିତ୍ୟନାଥଙ୍କ କ୍ୟାବିନେଟ ସମ୍ପ୍ରସାରଣ । ଶପଥ ନେବେ ୮ ମନ୍ତ୍ରୀ, ରାଜଭବନରେ ପ୍ରସ୍ତୁତି ଶେଷ

74

କନକ ବ୍ୟୁରୋ: ଉତ୍ତରପ୍ରଦେଶ ଯୋଗୀ ଆଦିତ୍ୟନାଥଙ୍କ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଆଜି । ଏଥିପାଇଁ ରାଜଭବନରେ ପ୍ରସ୍ତୁତି ଶେଷ ହୋଇଛି । ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଏହା ଉତ୍ତରପ୍ରଦେଶର ରାଜନୈତିକ ସମୀକରଣ ବୋଲି କୁହାଯାଉଛି । ଆଗାମୀ ନିର୍ବାଚନ ପୂର୍ବରୁ ଭୋଟ ବ୍ୟାଙ୍କିଙ୍ଗ ରାଜନୀତି ଓ ସମୀକରଣ ପାଇର୍ ବିଧାୟକଙ୍କୁ ମନ୍ତ୍ରୀ ପଦ ଦିଆଯିବାକୁ ଆଲୋଚନା ହେଉଛି । ଏଥିରେ ୭ରୁ ୮ଜଣ ନୂଆ ମନ୍ତ୍ରୀ ଶପଥ ନେବେ । ଏମାନଙ୍କ ମଧ୍ୟରେ ଅଛନ୍ତି ସଙ୍ଗୀତା ବିନ୍ଦ, ଜିତିନ ପ୍ରସାଦ, ଛତ୍ରପାଲ ଗଙ୍ଗବାରଙ୍କ ନାଁ ରହିଛି । ଜିତିନ୍ ପ୍ରସାଦ ନିକଟରେ କଂଗ୍ରେସରୁ ଆଜି ରାଜ୍ୟ ବିଜେପିରେ ଯୋଗ ଦେଇଛନ୍ତି । ସେ ଜାତିରେ ବ୍ରାହ୍ମଣ । ତାଙ୍କୁ ମନ୍ତ୍ରୀପଦ ଦେଇ ଉତ୍ତରପ୍ରଦେଶରେ ବିଜେପି ବ୍ରାହ୍ମଣ ଭୋଟ ହାତେଇବାକୁ ମଧ୍ୟ ଚର୍ଚ୍ଚା ଜୋର ଧରିଛି ।

 

୨୦୨୨ ରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ । ଏହା ପୂର୍ବରୁ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣକୁ ରାଜନୈତିକ ଅଙ୍କ କଷା ବୋଲି ବିରୋଧୀ କହୁଛନ୍ତି ।