ନବୀନଙ୍କ ଟିମର ନବକଳେବର । ମନ୍ତ୍ରିମଣ୍ଡଳରେ ନୂଆ ମୁହଁ କିଏ ? ଜାଣନ୍ତୁ କିଏ ହେଲେ ରିପିଟ୍ ?

Advertisment
ନବୀନଙ୍କ ଟିମର ନବକଳେବର । ମନ୍ତ୍ରିମଣ୍ଡଳରେ ନୂଆ ମୁହଁ କିଏ ? ଜାଣନ୍ତୁ କିଏ ହେଲେ ରିପିଟ୍ ?

କନକ ବ୍ୟୁରୋ: ନବକଳେବର ହେବ ନବୀନଙ୍କ ଟିମ୍ । ଆଜି ଶପଥ ନେବେ ନୂଆ ମନ୍ତ୍ରିମଣ୍ଡଳ । ନୂଆ ଟିମ୍ ପାଇଁ ମନ୍ତ୍ରିମଣ୍ଡଳ ଭାଙ୍ଗିଛନ୍ତି ମୁଖ୍ୟମନ୍ତ୍ରୀ । ଏକାଥରେ ସମସ୍ତ ମନ୍ତ୍ରିଙ୍କ ଠାରୁ ଇସ୍ତଫା ମାଗିଛନ୍ତି । ଯାହା ଓଡିଶା ଇତିହାସରେ ପ୍ରଥମ । ତେବେ ୨୦୨୪ ନିର୍ବାଚନ ପାଇଁ ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ହେବା ନେଇ ବେଶ କିଛିଦିନ ହେଲା ଚର୍ଚ୍ଚା ହେଉଥିଲା । ପଞ୍ଚାୟତ, ପୌର, ବ୍ରଜରାଜନଗର ଉପନିର୍ବାଚନ ପରେ ମାଷ୍ଟରଷ୍ଟ୍ରୋକ ଖେଳିଛନ୍ତି ମୁଖ୍ୟମନ୍ତ୍ରୀ । ଆଉ ଦିନକରେ ସମସ୍ତଙ୍କୁ ଇସ୍ତଫା ଦେବାକୁ କହି ନୂଆ ଟିମର ପରିକଳ୍ପନା କରିଛନ୍ତି ।

ତେବେ ନୂଆ ଟିମରେ ଅନେକ ଯୁବ ଓ ନୂଆ ମୁହଁକୁ ସ୍ଥାନ ଦେଇଛନ୍ତି ନବୀନ । ନୂଆ ମନ୍ତ୍ରିମଣ୍ଡଳରେ ୫ ଜଣ ମହିଳା ମନ୍ତ୍ରୀ ରହିବେ । ପ୍ରମିଳା ମଲ୍ଲିକ, ଉଷା ଦେବୀ ଓ ଟୁକୁନି ସାହୁ କ୍ୟାବିନେଟ୍ ମନ୍ତ୍ରୀ ହେବେ । ସେହିପରି ରୀତା ସାହୁ ଓ ବାସନ୍ତୀ ହେମ୍ବ୍ରମ୍ ରାଷ୍ଟ୍ରମନ୍ତ୍ରୀ ହେବେ । ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ ରାଜେନ୍ଦ୍ର ଢୋଲକିଆ, ରୋହିତ ପୂଜାରୀ, ଶ୍ରୀକାନ୍ତ ସାହୁ, ଅଶ୍ୱିନୀ ପାତ୍ର, ପ୍ରୀତିରଞ୍ଜନ ଘଡାଇ, ରୀତା ସାହୁ ଓ ବାସନ୍ତୀ ହେମ୍ବ୍ରମ୍ ନୂଆ ମୁହଁ । ନବ ଦାସ, ସମୀର ଦାସ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅଶୋକ ପଣ୍ଡା, ଟୁକୁନି ସାହୁ, ପ୍ରଫୁଲ୍ଲ ମଲ୍ଲିକ ଓ ନିରଂଜନ ପୂଜାରୀଙ୍କୁ ରିପିଟ୍ କରାଯାଇଛି ।

ସେହିପରି ୨୦୦୯ ମସିହାରୁ ଲଗାତାର ଭାବେ ନବୀନଙ୍କ ଟିମ୍‌ରେ ସ୍ଥାନ ପାଉଥିବା ବିକ୍ରମ କେଶରୀ ଆରୁଖ ଏଥର ଟିମ୍‌ରୁ ବାହାରିଛନ୍ତି। ତାଙ୍କୁ ବାଚସ୍ପତି କରାଯିବା ନେଇ ଆପାତତଃ ଚୂଡ଼ାନ୍ତ ହୋଇଛି। ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର ମଧ୍ୟ ତାଙ୍କ ପଦବିରୁ ଇସ୍ତଫା ଦେଇସାରିଛନ୍ତି। ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଓ ଉପମୁଖ୍ୟ ସଚେତକ ରୋହିତ ପୂଜାରୀଙ୍କୁ ମନ୍ତ୍ରୀ ପଦ ମିଳିବ । ସେମାନଙ୍କ ସ୍ଥାନରେ ଜଗତସିଂହପୁର ଜିଲ୍ଲାର ପ୍ରଶାନ୍ତ ମୁଦୁଲି ଓ ବଲାଙ୍ଗୀର ଜିଲ୍ଲାର ସରୋଜ ମେହେର ନିଯୁକ୍ତି ପାଇବେ । ଆଜି ଉଭୟଙ୍କୁ ଏ ସମ୍ପର୍କରେ ଜଣାଇ ଦିଆଯାଇଛି।

ପୂର୍ବ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀଶୂନ୍ୟ ଥିବା ଉପକୂଳ ଅଞ୍ଚଳର ଦୁଇ ଜିଲ୍ଲା ଯାଜପୁର ଓ କେନ୍ଦ୍ରାପଡ଼ାକୁ ଏଥର ଦୁଇଟି ଲେଖାଏଁ ମନ୍ତ୍ରୀ ପଦ ମିଳିଛି। କେନ୍ଦ୍ରାପଡ଼ା ଜିଲ୍ଲାର ଦୁଇ ପୂର୍ବତନ ମନ୍ତ୍ରୀ ପ୍ରତାପ ଦେବ ଓ ଅତନୁ ସବ୍ୟସାଚ୍ଚୀ ନାୟକ ଏଥର ପୁନର୍ବାର ମନ୍ତ୍ରୀ ହେବେ। ଯାଜପୁର ଜିଲ୍ଲାରୁ ପୂର୍ବତନ ମନ୍ତ୍ରୀ ପ୍ରମିଳା ମଲ୍ଲିକ ସ୍ଥାନ ପାଇବାକୁ ଥିଲା ବେଳେ ନୂଆ ମୁହଁ ଭାବେ ପ୍ରୀତିରଞ୍ଜନ ଘଡ଼ାଇ ପ୍ରଥମ ଥର ମନ୍ତ୍ରୀ ହେବେ। ବାଲେଶ୍ବର ଜିଲ୍ଲାରୁ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ବଦଳରେ ଅଶ୍ବିନୀ ପାତ୍ର ମନ୍ତ୍ରୀ ହେବେ। କଟକ ଜିଲ୍ଲାରୁ ଗତ ଥର ଦୁଇ ଜଣ ମନ୍ତ୍ରୀ ଥିଲା ବେଳେ ଏଥର କେବଳ ରଣେନ୍ଦ୍ର ପ୍ରତାପ ସ୍ବାଇଁ ମନ୍ତ୍ରୀ ରହିବେ। ପୁରୀ ଜିଲ୍ଲାରେ ଦୁଇ ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ସମୀର ଦାଶ, ଖୋର୍ଦ୍ଧା ଜିଲ୍ଲାରେ ଅଶୋକ ଚନ୍ଦ୍ର ପଣ୍ଡା ତାଙ୍କ ସ୍ଥାନ ବଜାୟ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe