କନକ ବ୍ୟୁରୋ : ସମ୍ବାଦ ଗ୍ରୁପ ତରଫରୁ ଆୟୋଜି ସିଇଓ କନକ୍ଲେଭରେ ଯୋଗ ଦେଇ କ୍ୟାବିନେଟ ମନ୍ତ୍ରୀ ସୁରେଶ ପୂଜାରୀ ନୂତନ ଓଡିଶା ଗଠନ ନେଇ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ସେ ତାଙ୍କ ବକ୍ତବ୍ୟରେ କହିଛନ୍ତି କି, ଏବେ ଓଡିଶା ପ୍ରତି ଅନ୍ୟମାନଙ୍କ ଦୃଷ୍ଟୀଭଙ୍ଗୀକୁ ନେଇ ଧନ୍ୟବାଦ ଦେଇଛନ୍ତି । ଏହାସହ ସେ କହିଛନ୍ତି କି, ସ୍ୱାଧୀନତା ସଂଗ୍ରାମରେ ଓଡିଶାର ସ୍ଥାନ ସ୍ୱତନ୍ତ୍ର ରହିଥିଲା । ମାଧୋ ସିଂଙ୍କ ପରିବାର କଥା ମନେ ପକାଇ ଏହା ରାଜ୍ୟପାଇଁ ସ୍ମରଣୀୟ ବୋଲି ସେ କହିଛନ୍ତି ।

Advertisment

ଅନ୍ୟପଟେ ବିଜେପିର ସରକାର ଗଠନର ମାତ୍ର ୨ ଦିନ ହୋଇଛି । ଏନେଇ ପୂଜାରୀ କହିଛନ୍ତି କି, ଆମକୁ ଆମର କର୍ତ୍ତବ୍ୟ ଓ ଦାୟୀତ୍ୱ ଭଲଭାବେ ଜଣାଅଛି । ସରକାର ଗଠନର ୨ ଦିନ ମଧ୍ୟରେ ରାଜ୍ୟ ସରକାର ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ନିର୍ବାଚନୀ ପ୍ରତିଶ୍ରୁତିରେ ବିଜେପି ରାଜ୍ୟବାସୀଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହା ମଧ୍ୟରୁ ତୁରନ୍ତ କିଛି ପ୍ରତିଶ୍ରୁତି ଉପରେ ମୋହର ବାଜିଛି । ଚାଷୀମାନେ ଏବେ ଧାନ କୁଇଣ୍ଟାଲ ୩୧ଶହ ଟଙ୍କାରେ ବିକ୍ରି କରିପାରିବେ । ଏହାସହ ୧୦୦ଦିନ ମଧ୍ୟରେ ରାଜ୍ୟର ମହିଳାମାନଙ୍କୁ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କା ଲେଖାଏଁ ଗିଫ୍ଟ ଭାଉଚର ପ୍ରଦାନ କରାଯିବ । ସେହିଭଳି ଶ୍ରୀମନ୍ଦିର ପାଇଁ ୫୦୦ କୋଟି ଟଙ୍କାର କର୍ପସ ଫଣ୍ଡର ବ୍ୟବସ୍ଥା ହୋଇଛି ।

ସେ ତାଙ୍କ ବକ୍ତବ୍ୟରେ ନୂଆ ଓଡିଶା ଗଠନ ପାଇଁ ସୁରେଶ ପୂଜାରୀ ଆହ୍ୱାନ ଦେଇଛନ୍ତି । ଏହାସହ କୋଣାର୍କ ଆମ ଐତିହ୍ୟର ଅନ୍ୟତମ ପ୍ରମାଣ ବୋଲି କହିବା ସହ ଓଡିଶା ବିଜେପି ଏବେ ରାଜ୍ୟ ପାଇଁ ବିଶୁ ମହାରଣା ଭଳି କାମ କରିବ ବୋଲି ସେ କହିଛନ୍ତି ।