କନକ ବ୍ୟୁରୋ: ଆଜି ବସୁଛି ରାଜ୍ୟମନ୍ତ୍ରୀପରିଷଦ ଓ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ଆଉ କିଛି ସମୟ ପରେ ମନ୍ତୀପରିଷଦ ଓ ପରେ କ୍ୟାବିନେଟ ବୈଠକ ବସିବ । ମନ୍ତ୍ରୀପରିଷଦ ବୈଠକରେ ୨୦୨୦-୨୧ ବର୍ଷର ବଜେଟ ଚିଠା ପ୍ରସ୍ତାବ ଅନୁମୋଦନ ହେବାକୁ ଥିବାବେଳେ କ୍ୟାବିନେଟ ବୈଠକରେ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଆଗତ ହେବ । ଏହାଛଡା ଖଣି ନିଗମ ଆଇନ ଓ ଓଡିଶାସିଭିଲ ସର୍ଭିସ ରୁଲର ସଂଶୋଧନ ହୋଇପାରେ ।
୨୦୧୯-୨୦ ଆର୍ଥିକ ବର୍ଷରେ ରାଜ୍ୟ ସରକାର ୧.୩୯ ଲକ୍ଷ କୋଟି ଟଙ୍କାର ବଜେଟ ଆଣିଥିଲେ । ଚଳିତବର୍ଷ ଏହାର ଆକାର ବଢିପାରେ । ଏହାଛଡା କ୍ୟାବିନେଟ ବୈଠକରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଓଡିଶା ସିଭିଲ ସର୍ଭିସ ନିୟମ-୨୦୦୩ରେ କେତେକ ସଂଶୋଧନ ଅଣାଯାଇପାରେ । ସେହିଭଳି ପଂଚାୟତିରାଜ ବିଭାଗର ପାଇପ ଯୋଗେ ପାନୀୟଜଳ ଯୋଗାଣ ପ୍ରକଳ୍ପ ଟେଣ୍ଡର ନେଇ ସରକାର ନିଷ୍ପତି ନେବା ସମ୍ଭାବନା ରହିଛି ।