ବାବ୍ରୀ ମସଜିଦ୍ ଭଙ୍ଗା ପରେ କ୍ୟାବିନେଟରେ କଣ ହୋଇଥିଲା ଆଲୋଚନା, ନିଜ ପୁସ୍ତକ ମାଧ୍ୟମରେ ଖୁଲାସା କଲେ ସଲମାନ ଖୁର୍ସିଦ

Advertisment
ବାବ୍ରୀ ମସଜିଦ୍ ଭଙ୍ଗା ପରେ କ୍ୟାବିନେଟରେ କଣ ହୋଇଥିଲା ଆଲୋଚନା, ନିଜ ପୁସ୍ତକ ମାଧ୍ୟମରେ ଖୁଲାସା କଲେ ସଲମାନ ଖୁର୍ସିଦ

କନକ ବ୍ୟୁରୋ : ୧୯୯୨ ଡିସେମ୍ବର ୬ ତାରିଖରେ ବାବ୍ରୀ ମସଜିଦ ଭଙ୍ଗାଯିବା ପରେ କେନ୍ଦ୍ର କ୍ୟାବିନେଟରେ ବୈଠକ ହୋଇଥିଲା । ଏନେଇ ଯେତେବେଳେ ସମସ୍ତ ମନ୍ତ୍ରୀ ତକ୍ରାଳୀନ ପ୍ରଧାନମନ୍ତ୍ରୀ ପିଭି ନରସିହ୍ମା ରାଓ କେମିତି ଅନୁଭବ କରୁଛନ୍ତି ? ନରସିହ୍ମା ରାଓ ଉତ୍ତର ଦେଇଥିଲେ କି “ଦୟାକରି ଆପଣମାନେ ଆପଣଙ୍କ ସହାନୁଭୂତି ପ୍ରଦାନ କରନ୍ତୁ ନାହିଁ” ବରିଷ୍ଠ କଂଗ୍ରେସ ନେତା ସଲମାନ ଖୁର୍ସିଦ ନିଜ ପୁସ୍ତକ ‘ସନରାଇଜ ଓଭର ଅଯୋଧ୍ୟା: ନେସନହୁଡ ଇନ ଓଭର ଟାଇମ୍ସ’ରେ ଏନେଇ ସମ୍ପୂର୍ଣ୍ଣ ଖୁଲାସା କରିଛନ୍ତି ।

ଖୁର୍ସିଦ କହିଛନ୍ତି କି, ଏହି ବିଧ୍ୱଂସର ତକ୍ରାଳ ଝଟକା ଧିରେ ଧିରେ ଏକ ପ୍ରକାର ବିସ୍ମୟରେ ବଦଳି ଯାଇଥିଲା । ବିଧ୍ୱଂସ ୬ ଡିସେମ୍ବର ରବିବାର ଦିନ ହୋଇଥିଲା ଓ ତା ପରଦିନ ସକାଳେ ସଂସଦ ଭବନର ଏକ ଭୂତଳ କୋଠରୀରେ ମନ୍ତ୍ରୀ ପରିଷଦର ଭିଡ ଜମିଥିଲା । ସମସ୍ତ ମନ୍ତ୍ରୀ ଉଦାସ ଥିଲେ ଓ ସଭାରେ ପୁରା ଉଦାସ କାୟା ବିସ୍ତାର କରିଥିଲା ।

ଉତ୍ତର ପ୍ରଦେଶରେ କଲ୍ୟାଣ ସିଂଙ୍କ ସରକାରକୁ ସେହି ଡିସେମ୍ବର ୬ ତାରିଖରେ ବରଖାସ୍ତ କରାଯାଇଥିଲା ଓ ଏହାର ଗୋଟିଏ ସପ୍ତାହ ପରେ ହିମାଚଳ ପ୍ରଦେଶ, ରାଜସ୍ଥାନ ଓ ମଧ୍ୟ ପ୍ରଦେଶରେ ବିଜେପି ସରକାରକୁ ରାଷ୍ଟ୍ରପତିଙ୍କ ଦ୍ୱାରା ବରଖାସ୍ତ କରାଯାଇଥିଲା । ଖୁର୍ସିଦ ତାଙ୍କ ବହିରେ ଏହା ବି ଲେଖିଛନ୍ତି ଯେ ଡିସେମ୍ବର ୬ ତାରିଖ ରାତିରେ ସେ ଓ ଅନ୍ୟ କିଛି ଯୁବ ମନ୍ତ୍ରୀ ରାଜେଶ ପାଇଲଟଙ୍କ ବାସ ଭବନରେ ଖବର ବୁଝିବାକୁ ଏକତ୍ରୀତ ହୋଇଥିଲେ । ଏହାପରେ ସେମାନେ ଜାଫର ସରିଫଙ୍କ ନିକଟକୁ ଯାଇଥିଲେ ।

ଏହାପରେ ପ୍ରଧାନ ସଚିବ ଏ.ଏନ ବର୍ମାଙ୍କ ଫୋନ କରାଯାଇଥିଲା । ସେତେବେଳେ ସେ କହିଥିଲେ କି ତୁମେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କର ଓ “ ମୁଁ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛି ଓ ସେ ପରାମର୍ଶ ଦେଇଛନ୍ତି କି ରାଜେଶ ପାଇଲଟଙ୍କୁ ସେହି ଗ୍ରୁପରେ ସାମିଲ କରାଯାଉ ଯେଉଁ ଗ୍ରୁପ ଫୈଜାବଦ ପାଇଁ ଉଡାଣ ଭରୁଛନ୍ତି ” ସଲମାନ ଖୁର୍ସିଦ ଦାବି କରିଛନ୍ତି କି ସୁପ୍ରିମ କୋର୍ଟ ଇତିହାସ ଉପରେ ତାଙ୍କର ମୋହର ଲଗାଇ ଦେଇଛନ୍ତି ଓ ଗୋଟିଏ ପଟେ ଶେଷ ପୃଷ୍ଟାକୁ ବଦଳାଇ ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe