୩୪ ବର୍ଷ ପରେ ବଦଳିଲା ଦେଶର ଶିକ୍ଷାନୀତି । ପାରମ୍ପରିକ ଶିକ୍ଷାକ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟାର ହେବ ବହୁଳ ବ୍ୟବହାର । ୨ ପ୍ରକାରର ହେବ ବୋର୍ଡ ପରୀକ୍ଷା । ନୂଆ ଶିକ୍ଷାନୀତିରେ ସ୍ଥାନ ପାଇବ ବିଲୁପ୍ତପ୍ରାୟ ଲୋକକଳା । ୬ଷ୍ଠ ଶ୍ରେଣୀରୁ ଭୋକେସନାଲ୍ ଶିକ୍ଷା

3,617

କନକ ବ୍ୟୁରୋ: ୩୪ ବର୍ଷ ପରେ ବଦଳିଲା ଦେଶର ଶିକ୍ଷା ନୀତି । ନୂଆ ଶିକ୍ଷାନୀତିକୁ କ୍ୟାବିନେଟ ମଂଜୁରୀ ମିଳିଛି । ୧୦ଟି ଉଚ୍ଚଶିକ୍ଷା ବିଭାଗ ଓ ବିଦ୍ୟାଳୟ ର ୧୭ଟି ଶିକ୍ଷାନୀତି ପରିବର୍ତନ କରାଯାଇଛି । ଶିକ୍ଷାକ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟାର ବହୁଳ ବ୍ୟବହାର କରାଯିବ । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରେସମିଟ କରି ସୂଚନା ଦିଆଯାଇଛି ।

ତେବେ ବଦଳିଲା ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ନାଁ । ବଦଳି ଶିକ୍ଷା ମନ୍ତ୍ରଣାଳୟ କରାଯାଇଛି । ୧୯୮୬ ମସିହାରେ ଜାତୀୟ ଶିକ୍ଷା ନୀତିର ଘୋଷଣା ହୋଇଥିଲା ଏବଂ ୧୯୯୨ରେ ଏଥିରେ ସାମାନ୍ୟ ପରିବର୍ତନ କରାଯାଇଥିଲା । ୩ ଦଶକ ପରେ ବି ଏଥିରେ କିଛି ପରିବର୍ତନ କରାଯାଇନଥିଲା । ତେବେ ଦେଶର ଶିକ୍ଷାନୀତିକୁ ବ୍ୟାପକ କରିବାକୁ ଆଜ ଏଭଳି ଘୋଷଣା କରାଯାଇଛି ।

ସେପଟେ ଦେଶର ଉଚ୍ଚଶିକ୍ଷାର ଢାଞ୍ଚକୁ ବି ପରିବର୍ତ୍ତନ କରାଯିବ । ଟେକ୍ନୋଲୋଜିକୁ ଶିକ୍ଷା କ୍ଷେତ୍ରରେ ବହୁଳ ମାତ୍ରରେ ବ୍ୟବହାର କରାଯିବ । ଭାରତୀୟ ଶିକ୍ଷାକୁ ଆନ୍ତର୍ଜାତୀୟ କରାଯିବ । ଛାତ୍ରଛାତ୍ରୀଙ୍କ ଖାତାର ମୂଲ୍ୟାୟନ ବଦଳିବ ।
ସବୁଠାରୁ ବଡ କଥା ହେଉଛି ବୋର୍ଡ ପରୀକ୍ଷାକୁ ୨ ପ୍ରକାର କରାଯିବ । ଡେକ୍ସକ୍ରିପସନ ଓ ଅବଜେକ୍ଟିଭ ରହିବ । ବୋର୍ଡ ପରୀକ୍ଷାର ଗୁରୁତ୍ୱ କମାଇବାକୁ ଏଭଳି କରାଯାଉଛି ।

୬ଷ୍ଠ ଶ୍ରେଣୀରୁ ପିଲାଙ୍କୁ ଭୋକେସନାଲ ଶିକ୍ଷା ଦିଆଯିବ । କସ୍ତୁରବା ଗାନ୍ଧି ବିଦ୍ୟାଳୟରେ ଦ୍ୱାଦସ ଯାଏଁ ସୁବିଧା ରହିବ । ତେବେ ଅଧାରୁ ପାଠ ଛାଡୁଥିବା ପିଲାଙ୍କୁ କେମିତି ପୁନଃ ପାଠ ପଢାଇ ହେବ ସେ ନେଇ ଫୋକସ ଦିଆଯିବ । ନୂଆଶିକ୍ଷା ନୀତିରେ ସ୍ଥାନ ପାଇବ ବିଲୁପ୍ତପ୍ରାୟ ଲୋକକଳା । ସେମିଷ୍ଟାର ପରୀକ୍ଷାର ଟେକ୍ନୋଲୋଜିକରଣ ହେବ । ଆଞ୍ଚଳିକ ଭାଷା ଇ- କଣ୍ଟେଣ୍ଟ କରାଯିବ ।