କନକ ବ୍ୟୁରୋ : କିଛିଦିନ ଧରି ଅଟକି ରହିଥିବା ମହାରାଷ୍ଟ୍ର କ୍ୟାବିନେଟର ସଂପ୍ରସାରଣ ହୋଇଛି । ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଏନସିପି ନେତା ଅଜିତ ପାୱାରଙ୍କୁ ଅର୍ଥ ମନ୍ତଣାଳୟ ମିଳିବା ସହ ଯୋଜନା ବିଭାଗ ବି ମଳିଛି । ସେହିଭଳି ଶରଦ ପାୱାରଙ୍କୁ ଛାଡି ଆସିଥିବା ଏନସିପି ନେତା ଛଗନ ଭୁଜବଳ, ଧନଞ୍ଜୟ ମୁଣ୍ଡେ ଓ ହସନ ମୁଶାରିଫଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିଛି । ଧନଞ୍ଜୟ ମୁଣ୍ଡେଙ୍କୁ କୃଷି ବିଭାଗ ମିଳିଥିବା ବେଳେ ହସନ ମୁଶାରିଫଙ୍କୁ ଡାକ୍ତରୀ ଶିକ୍ଷା ବିଭାଗ ମିଳିଛି । ସେହିଭଳି ଛଗନ ଭୁଜବଳଙ୍କୁ ଖାଦ୍ୟ ଏବଂ ଯୋଗାଣ ବିଭାଗ ମଳିଛି । ଅନ୍ୟପଟେ ଧର୍ମରାଓ ଅତ୍ରାମଙ୍କୁ ଖାଦ୍ୟ ଓ ଔଷଧ ପ୍ରଶାସନ ବିଭାଗ ମିଳିଛି । ଦିଲ୍ଲିପ ବଲସେ ପାଟିଲଙ୍କୁ ସମବାୟ ଓ ଅନୀଲ ଭାଇଦାସ ପାଟିଲଙ୍କୁ କ୍ରୀଡା ବିଭାଗ ମିଳିଛି । ଅଦିତ ନଟକରେଙ୍କୁ ମହିଳା ଓ ବାଳବିକାଶ ବିଭାଗ ମିଳିଛି ।

Advertisment

କହିରଖୁ ଏନସିପିରୁ କିଛି ବିଧାୟକ କିଛିଦିନ ତଳେ ଦଳ ଛାଡି ବିଜେପି ଓ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଚାଲିଥିବା ମହାରାଷ୍ଟ୍ର ସରକାରରେ ସାମିଲ ହୋଇଥିଲେ । ସେମାନେ ସାମିଲ ହେବା ଦିନ କିଛି ବିଧାୟକଙ୍କୁ ମନ୍ତ୍ରୀ ଭାବେ ଶପଥ ପାଠ କରାଯାଇଥିଲା । ହେଲେ ବିଭାଗ ବଣ୍ଟନକୁ ନେଇ ଦ୍ୱନ୍ଦ ଲାଗି ରହିଥିଲା । ଏବେ ଏହି ଦ୍ୱନ୍ଦର ପରିସମାପ୍ତି ଘଟିଛି । ଅଜିତ ପାୱାରଙ୍କ ନେତୃ୍ତ୍ୱରେ ଏକନାଥ ସିନ୍ଦେ ଏବେ ସେମାନଙ୍କ ବିଭାଗ ଉପରେ ମୋହର ମାରିଛନ୍ତି । ଏହି କ୍ରମରେ ଏନସପିକୁ ଏବେ ୭ଟି ଗୁରୁତ୍ୱପୂର୍ଣ୍ଣ ମନ୍ତଣାଳୟ ମିଳିଛି ।