କନକ ବ୍ୟୁରୋ : ଭାରତରେ ଜି-୨୦ ସମ୍ମିଳନୀର ସଫଳତାକୁ ନେଇ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ବୁଧବାର ଦିନ କହିଛନ୍ତି କି, ରକ୍ଷାମନ୍ତ୍ରୀ ରାଜନାଥ ସିଂ ଜି-୨୦ ସମ୍ମିଳନୀର ସଫଳତା ପୂର୍ଣ୍ଣ ସାମପନକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାସହ ସେ ମନ୍ତ୍ରୀମଣ୍ଡଳ ବୈଠକରେ ଏକ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି । ଭାରତ ବିଶ୍ୱସ୍ତରୀୟ ପ୍ରସଙ୍ଗ-ବୈଠକରେ ଏକ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବାରୁ ଏହାର ଶ୍ରେୟ ଦେଶର ନେତୃ୍ତ୍ୱଙ୍କ ନିକଟକୁ ଯାଇଛି ।

Advertisment

ଏହାସହ ଅନୁରାଗ ଠାକୁର କହିଛନ୍ତି ଇକୋନମିକ କରିଡରକୁ ନେଇ ସାରା ବିଶ୍ୱରୁ ପ୍ରଶଂସା ମିଳୁଛି । ଏହାସହ ରକ୍ଷାବନ୍ଧନ ଦିନ ରୋଷେଇ ଗ୍ୟାସ ସିଲିଣ୍ଡର ଉପରେ ୨୦୦ ଟଙ୍କା କମ କରାଯାଇଥିବା କଥା ମଧ୍ୟ କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଏହାକୁ ନେଇ ଅନ୍ତର୍ଜାତୀୟ ଏଜେନ୍ସିମାନେ ମଧ୍ୟ ପ୍ରଶଂସା କରିଥିବା କଥା ସେ କହିଛନ୍ତି । ଅନ୍ୟପଟେ ଉଜ୍ୱଳା ଯୋଜନା କ୍ରମରେ ୭୫ ଲକ୍ଷ ମାଗଣା ନୂଆ କନେକସନ୍ ଦିଆଯିବ ବୋଲି ସେ କହିଛନ୍ତି । ଏଥିରେ ପ୍ରଥମ ଥର ପାଇଁ ମାଗଣାରେ ଗୋଟିଏ ଗ୍ୟାସ ସିଲିଣ୍ଡର ପ୍ରଦାନ କରାଯିବ । ଯାହାର ଖର୍ଚ୍ଚ ତୈଳ କମ୍ପାନୀମାନେ ବହନ କରିବେ ।