କାଳିଆ ପାଇଁ କ୍ୟାବିନେଟ ସଂକଳ୍ପ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାନୁଯାୟୀ ଶ୍ରୀମନ୍ଦିର ପରିସରରେ ପାଳନ ହେବ ସମସ୍ତ ରୀତିନୀତି ।

1,305

କନକ ବ୍ୟୁରୋ: କାଳିଆ ପାଇଁ କ୍ୟାବିନେଟ୍ ସଂକଳ୍ପ । ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସମ୍ପର୍କରେ କ୍ୟାବିନେଟରେ ବିସ୍ତୁୃତ ଆଲୋଚନା ପରେ ସଂକଳ୍ପ ପାରିତ । ରଥଯାତ୍ରା ବନ୍ଦ ପରେ କ’ଣ ହେବ ସେନେଇ କ୍ୟାବିନେଟରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

୧. ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅନୁପାଳନ କରି ଶ୍ରୀମନ୍ଦିର ପରିସର ମଧ୍ୟରେ ସମସ୍ତ ପ୍ରକାର ସମସ୍ତ ରୀତିନୀତି ପାଳନ କରିବା ପାଇଁ ପଦକ୍ଷେପ ନେବାକୁ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିକୁ ଅବଗତ କରାଯାଇଛି ।

୨. ଏହାସହ ବିଭିନ୍ନ ଜିଲ୍ଲାରେ ଥିବା ପରିଚାଳନା କମିଟି ଏବଂ ଅନୁଷ୍ଠାନ ଗୁଡ଼ିକରେ ଯେପରି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିବେ ସେଥିପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

୩. ଶ୍ରୀମନ୍ଦିର ଏବଂ ବିଭିନ୍ନ ଜିଲ୍ଳାରେ ଥିବା ପରିଚାଳନା କମିଟି ଓ ଅନୁଷ୍ଠାନ ଗୁଡ଼ିକରେ କୋଭିଡ୍-୧୯ର ରାଷ୍ଟ୍ରୀୟସ୍ତରର ସମସ୍ତ ନିର୍ଦ୍ଦେଶାବଳୀର ଦୃଢ଼ ଅନୁପାଳନ ସହ ଏହାକୁ କାର୍ଯ୍ୟକାରୀ କରିବାକୁ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି ।

ତେବେ ଏହି ନିଷ୍ପତ୍ତି ପ୍ରତ୍ୟେକ ଓଡ଼ିଆ ଓ ଜଗନ୍ନାଥପ୍ରେମୀଙ୍କୁ ନିଶ୍ଚୟ ଦୁଃଖିତ କରିବ । କାରଣ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓଡ଼ିଆ ଜାତିର ଆତ୍ମା, ଏ ଜାତିର ସର୍ବଶ୍ରେଷ୍ଠ ପରିଚୟ । ପ୍ରତ୍ୟେକ ଓଡ଼ିଆର ସୁଃଖଦୁଃଖରେ ପଥପ୍ରଦର୍ଶକ । ସମଗ୍ର ମାନବ ସମାଜ କଲ୍ୟାଣ ପାଇଁ ସେ ଦାରୁ ରୂପରେ ଲୀଳା କରୁଛନ୍ତି । କରୋନା ଭଳି କଠିନ ପରିସ୍ଥିତିରେ ଯେତେବେଳେ ସାରା ବିଶ୍ୱ ମହାମାରୀ ମୁକାବିଲା କରୁଛି ଆମେ ତାଙ୍କ ନିକଟରେ ନିଜକୁ ସଂପୂର୍ଣ୍ଣ ସମର୍ପଣ କରିଦେଇଛୁ । ମହାପ୍ରଭୁ ଶ୍ରୀ ଜଗନ୍ନାଥ ଏହି ବିପଦରୁ ଆମ ସମସ୍ତଙ୍କୁ ରକ୍ଷା କରନ୍ତୁ । ସେ ଲୀଳାମୟ ହିଁ ସବୁର କର୍ତ୍ତା, ସବୁର ଚିନ୍ତା, ଆମେ କେବଳ ନିମିତ୍ତ ମାତ୍ର । ତାଙ୍କ ଇଚ୍ଛାବିନା କିଛି ସମ୍ଭବ ନୁହେଁ । ତେଣୁ ମହାପ୍ରଭୁଙ୍କ ଇଚ୍ଛାକୁ ସମର୍ପିତ ଭାବରେ ଗ୍ରହଣ କରି ଜୀବନର ଜୟଯାତ୍ରାକୁ ଆଗେଇନେବା ହିଁ ପ୍ରକୃତ ଭକ୍ତି ।