source : Facebook
କନକ ବ୍ୟୁରୋ : କେନ୍ଦ୍ର ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ବୈଠକରେ ୨୦୧୭-୧୮ରୁ ୨୦୧୯-୨୦ ପର୍ଯ୍ୟନ୍ତ ୩ ବର୍ଷ ପାଇଁ କେନ୍ଦ୍ରୀୟ କ୍ଷେତ୍ର ସମନ୍ଵିତ ରେଶମ ଉଦ୍ୟୋଗ ବିକାଶ ଯୋଜନାକୁ ମଞ୍ଜୁରି ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ଯୋଜନାକୁ ଅନୁମୋଦନ କରାଯାଇଛି। ଏହି ଯୋଜନାର ୪ଟି ଭାଗ ରହିଛି। ପ୍ରଥମଟି ହେଲା ଅନୁସନ୍ଧାନ ଏବଂ ବିକାଶ, ପ୍ରଶିକ୍ଷଣ, ପ୍ରଯୁକ୍ତି ହସ୍ତାନ୍ତର ଓ ସୂଚନା ପ୍ରଯୁକ୍ତିର ଉପଯୋଗ।
ସେହିଭଳି ଦ୍ୱିତୀୟଟି ହେଲା ଡିମ୍ବ ସଂରଚନା ଓ କୃଷକ ସଂପ୍ରସାରଣ କେନ୍ଦ୍ର । ତୃତୀୟଟି ହେଲା ବୀଜ, ସୂତା, ରେଶମ ଉତ୍ପାଦ ଲାଗି ସମନ୍ଵୟ ଓ ବଜାରର ବିକାଶ ଏବଂ ଶେଷ ବା ଚତୁର୍ଥଟି ହେଲା ରେଶମ ପ୍ରଶିକ୍ଷଣ ସୁବିଧା ଓ ଅନ୍ୟାନ୍ୟ। ଏହି ୩ ବର୍ଷ ଲାଗି ଯୋଜନାର କାର୍ଯ୍ୟାନ୍ଵୟନ ଲାଗି ୨୧୬୧ କୋଟି ୬୮ ଲକ୍ଷ ଟଙ୍କା ଆବଣ୍ଟନ କରାଯାଇଛି ବୋଲି ବୟନ ଶିଳ୍ପ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ସ୍ମୃତି ଇରାନି କ୍ୟାବିନେଟ୍ ବୈଠକ ପରେ ଏହି ସୂଚନା ଦେଇଛନ୍ତି।
Follow Us