ନୂଆ ଜୀବନ ପାଇବ ୟେସ୍ ବ୍ୟାଙ୍କ । ୟେସ୍ ବ୍ୟାଙ୍କର ପୁର୍ନଗଠନ ନେଇ ଅର୍ଥମନ୍ତ୍ରୀ ଦେଲେ ଆଶ୍ୱସ୍ତି, ଖୁବ ଶୀଘ୍ର ଗଠନ ହେବ ନୂଆ ବୋର୍ଡ ।

368

କନକ ବ୍ୟୁରୋ : ନୂଆ ଜୀବନ ପାଇବ ୟେସ୍ ବ୍ୟାଙ୍କ । ୟେସ ବ୍ୟାଙ୍କର ପୁର୍ନଗଠନ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀମତାରମଣ ଦେଲେ ଆଶ୍ୱସ୍ତି । ନୂଆ ବିଜ୍ଞପ୍ତିର ୩ ଦିନ ପରେ କଟକଣା ଉଠିବ ବୋଲି କହିଛନ୍ତି ନିର୍ମଳା ସୀତାରଣ । ୟେସ ବ୍ୟାଙ୍କର ନୂଆ ବୋର୍ଡ ଖୁବ ଶୀଘ୍ର ଗଠନ ହେବ । ଏବଂ ଏହି ବୋଡରେ ଏସବିଆଇର ୨ ନିର୍ଦ୍ଦେଶକ ରହିବେ । ନୂଆ ବିଜ୍ଞପ୍ତି ଜାରି ହେବାର ୭ ଦିନ ପରେ କାର୍ଯ୍ୟଭାର ଗ୍ରହଣ କରିବେ ଏମାନେ ।

ୟେସ୍ ବ୍ୟାଙ୍କକୁ ପୁନର୍ଗଠନ ପାଇଁ ମିଳିଲା କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ । ଜମାକାରୀଙ୍କ ସ୍ୱାର୍ଥ ପାଇଁ ୟେସ୍ ବ୍ୟାଙ୍କର ପୁନରୁଦ୍ଧାର ହେବ । ପୁନର୍ଗଠନ ପ୍ରକ୍ରିୟାରେ ଷ୍ଟେଟ୍ ବ୍ୟାଙ୍କର ବଡ ଭୂମିକା ରହିବ । ୟେସ ବ୍ୟାଙ୍କର ଦେବାଳିଆ ସ୍ଥିତି ପରେ ଏନେଇ କେନ୍ଦ୍ର ସରକାର କଟକଣା ଜାରି କରିଥିଲେ । ୟେସ ବ୍ୟାଙ୍କରୁ ଟଙ୍କା ଉଠାଣ ନେଇ ଆରବିଆଇ କଟକଣା ପରେ ବ୍ୟାଙ୍କ ଶାଖାଗୁଡିକରେ ଲୋକଙ୍କ ଲମ୍ବା ଲାଇନ୍ ଦେଖବାକୁ ମିଳିଥିଲା ।