କନକ ବ୍ୟୁରୋ : ବଢିଲା ଧାନ ଦର । କେନ୍ଦ୍ର ବଢାଇଲା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ । ଧାନ କୁଇଣ୍ଟାଲ ପିଛା ଦର ବୃଦ୍ଧି ପାଇ ୨୧୮୩ ଟଙ୍କା ହେଲା । ପୂର୍ବ ଦର ଠାରୁ କ୍ୱିଣ୍ଟାଲ ପିଛା ୧୪୩ ଟଙ୍କା ବୃଦ୍ଧି ପାଇଛି । ପୂର୍ବରୁ କ୍ୱିଣ୍ଟାଲ ପିଛା ଧାନ ଦର ଥିଲା ୨୦୪୦ ଟଙ୍କା । ଏ-ଗ୍ରେଡ ଧାନର କୁଇଣ୍ଟାଲ ପିଛା ମୂଲ୍ୟ ୨୨୦୩ ଟଙ୍କାକୁ ବୃଦ୍ଧି ପାଇଛି । ଏ-ଗ୍ରେଡ ଧାନ ମୂଲ୍ୟରେ କ୍ୱିଣ୍ଟାଲ ପିଛା ୧୬୩ ଟଙ୍କା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର ।
ସେହିଭଳି ହରଡ ଡାଲି କୁଇଣ୍ଟାଲ ପିଛା ଦର ବୃଦ୍ଧି ପାଇ ୭୦୦୦ ଟଙ୍କାରେ ପହଞ୍ଚିଛି । ମୁଗ ଡାଲିର ସର୍ବନିମ୍ନ ସହାୟକ ମୂଲ୍ୟ ସବୁଠୁ ଅଧିକ ବଢିଛି । ପୂର୍ବରୁ ମୁଗ ଡାଲିର କ୍ୱିଣ୍ଟାଲ ପିଛା ଦର ୭୭୫୫ ଥିବା ବେଳେ ଏହା ବୃଦ୍ଧି ପାଇ ଏବେ ୮୫୫୮ରେ ପହଞ୍ଚିଛି । ସୋୟାବିନର କ୍ୱିଣ୍ଟାଲ ପିଛା ଦର ବୃଦ୍ଧି ପାଇ ୪୬୦୦, ବାଜରା କ୍ୱିଣ୍ଟାଲ ପିଛା ଦର ବୃଦ୍ଧି ପାଇ ୨୫୦୦ରେ ପହଞ୍ଚିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/06/bfa83d93f4fc29a3c584f918a4e872e5-1124x734-1.jpg)