କନକ ବ୍ୟୁରୋ : ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାର ଖରିଫ୍ ଫସଲ ଉପରେ ୫୦ ପ୍ରତିଶତ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି । ଏନେଇ ବୁଧବାର ଦିନ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ରସିଂ ତୋମର ।
ତୋମର କହିଛନ୍ତି କି ଖରିଫ୍ ଫସଲ ଉପରେ କେନ୍ଦ୍ର ସରକାର ୫୦ ପ୍ରତିଶତ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାସହ ସେ କହିଥିଲେ କି କେନ୍ଦ୍ର ସରକାର ୭ ବର୍ଷ ହେବ କୃଷି ଓ କୃଷକ ମାନଙ୍କ ହିତରେ ପଦକ୍ଷେପ ନେଉଛନ୍ତି । ସେମାନଙ୍କ ସମସ୍ୟା ଉପରେ ଚର୍ଚ୍ଚା କରିବାକୁ ସରକାର ସର୍ବଦା ପ୍ରସ୍ତୁତ ଥିବା କଥା ସେ କହିଛନ୍ତି ।
କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପରେ ଧାନ ଉପରେ ଏମଏସପି ୭୨ ଟଙ୍କା ବୃଦ୍ଧି ପାଇବ । ଅର୍ଥାତ ଖରିଫ୍ ଧାନକୁ କୃଷକମାନେ ୧୮୬୮ ଟଙ୍କା ବଦଳରେ ୧୯୪୦ ଟଙ୍କାରେ ଧାନ ବିକ୍ରି କରିପାରିବେ ।
Cabinet has approved MSP for kharif crops for marketing season 2021-22. Highest absolute increase in MSP over the previous year has been recommended for sesamum (Rs 452 per quintal) followed by tur & urad (Rs 300 per quintal each): Govt of India
— ANI (@ANI) June 9, 2021
ଏନେଇ ତୋମର କହିଛନ୍ତି କି କୃଷକ ମାନଙ୍କ ସ୍ୱାର୍ଥରେ କୃଷିଜାତ ଉତ୍ପାଦର ମୂଲ୍ୟ ବୃଦ୍ଧି କରାଯାଇଛି ଓ ଭବିଷ୍ୟତରେ ବି ଏଭଳି ବୃଦ୍ଧି ଜାରି ରହିବ ବୋଲି ସେ କହିଛନ୍ତି । ଅନ୍ୟପଟେ ନୂଆ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଚଳାଇଥିବା କୃଷକ ମାନଙ୍କ ଉର୍ଦ୍ଦେଶ୍ୟରେ ତୋମର କହିଛନ୍ତି କି, ସେମାନଙ୍କ ସମସ୍ୟାର ସମାଧାନ ପାଇଁ ସରକାର ସବୁବେଳେ ପ୍ରସ୍ତୁତ । କୃଷି କାନୁନ ଉପରେ ତର୍କ ଆଧାରରେ କୃଷକ ନେତାମାନେ ବୈଠକକୁ ଆସିଲେ ସମସ୍ୟାର ସମାଧାନ ହୋଇ ପାରିବ ।
ଏନେଇ ଏକ ସାମ୍ବାଦିକ ସମ୍ମିଳନୀର କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି କି ଖରିଫ୍ ଋତୁ ପୂର୍ବରୁ ସରକାର କୃଷକମାନଙ୍କ ହିତରେ କୃଷିଜାତ ଉତ୍ପାଦର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି । ଏହାସହ କୃଷିଜାତ ସାମଗ୍ରୀର ଟ୍ରାନ୍ସପୋଟେସନ୍ କୁ ସୁରକ୍ଷିତ କରିବାକୁ ସରକାର ରେଳ ବିଭାଗକୁ ଅଧିକ ୪ ଜି ସ୍ପେକ୍ଟ୍ରମ ଆବଣ୍ଟିତ କରାଯାଇଛି । ଯାହାକି ପୂର୍ବରୁ ୨ ଜି ସ୍ପେକ୍ଟ୍ରମ ଉପଯୋଗ ହେଉଥିଲା ।