ବରିଷ୍ଠ ନାଗରିକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ ଉପହାର । ଏଣିକି ପ୍ରଧାନମନ୍ତ୍ରୀ ବୟ ବନ୍ଦନ ଯୋଜନା ଆଧାରାରେ ବରିଷ୍ଠ ନାଗରିକଙ୍କୁ ମିଳିବ ମାସିକ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ପେନସନ୍

Advertisment
ବରିଷ୍ଠ ନାଗରିକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ ଉପହାର । ଏଣିକି ପ୍ରଧାନମନ୍ତ୍ରୀ ବୟ ବନ୍ଦନ ଯୋଜନା ଆଧାରାରେ ବରିଷ୍ଠ ନାଗରିକଙ୍କୁ ମିଳିବ ମାସିକ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ପେନସନ୍

Source:University of West Florida

ବରିଷ୍ଠ ନାଗରିକଙ୍କ ପାଇଁ କେନ୍ଦ୍ର ସରକାର ନୂଆ ଯୋଜନା ପ୍ରସ୍ତୁତ କରିଛନ୍ତି । ପ୍ରଧାନମନ୍ତ୍ରୀ ବୟୋ ବନ୍ଦନ ଯୋଜନା (ପିଏମଭିଭିୱାଇ) ଅନ୍ତର୍ଗତ ବରିଷ୍ଠ ନାଗରିକମାନଙ୍କ ପାଇଁ ନିବେଶ ସୀମା ୭.୫ ଲକ୍ଷରୁ ୧୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ମଂଜୁରୀ ଦେଇଛି । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହାକୁ ମଂଜୁରୀ ମିଳିଛି । ପ୍ରଧାନମନ୍ତ୍ରୀ ବୟ ବନ୍ଦନ ଯୋଜନା ଅନ୍ତର୍ଗତ ବରିଷ୍ଠ ନାଗରିକଙ୍କୁ ଏଣିକି ମାସିକ ୧୦ ହଜାର ଟଙ୍କା ପେନସନ୍ ମିଳିବ । ପୂର୍ବରୁ ଏହା ମାସିକ ଏକ ହଜାର ଟଙ୍କା ଥିଲା। ସେହିପରି ଏହାର ନିବେଶ ସୀମା ବୃଦ୍ଧି କରାଯାଇ ୧୫ ଲକ୍ଷ ଟଙ୍କା କରାଯାଇଛି। ନିବେଶ ସୀମା ପୂର୍ବରୁ ୭.୫ ଲକ୍ଷ ଥିଲା।

publive-image

ସେହିପରି ଏହି ଯୋଜନାରେ ସାମିଲ୍ ହେବାର ସଦସ୍ୟତା ସମୟ ସୀମା ୨୦୨୦ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପୂର୍ବରୁ ଏହାର ସମୟ ସୀମା ୨୦୧୮ ମେ ୪ ତାରିଖ ଥିଲା। ସୂଚନାଯୋଗ୍ୟ, ଏହି ଯୋଜନା ଅନ୍ତର୍ଗତ ୨୦୧୮ ମାର୍ଚ୍ଚ ସୁଦ୍ଧା ୨.୨୩ ଲକ୍ଷ ବରିଷ୍ଠ ନାଗରିକ ଉପକୃତ ହୋଇପାରିଛନ୍ତି।

publive-image

ସେହିପରି ୨୦୧୪ରେ ଏହି ଯୋଜନାରେ ୩.୧୧ ଲକ୍ଷ ବରିଷ୍ଠ ନାଗରିକ ଉପକୃତ ହୋଇଥିଲେ। ଭାରତୀୟ ଜୀବନ ବୀମା ମାଧ୍ୟମରେ କାର୍ଯ୍ୟକାରୀ ହେଉଥିବା ଏହି ଯୋଜନାରେ ୬୦ ବର୍ଷରୁ ଅଧିକ ବୟସ୍କ ବରିଷ୍ଠ ନାଗରିକଙ୍କ ଆର୍ଥିକ ସୁରକ୍ଷାକୁ ସୁଦୃଢ଼ କରାଯାଇପାରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe