୨୨ଟି ପ୍ରସ୍ତାବ ଉପରେ ଲାଗିଲା କ୍ୟାବିନେଟ୍ ମୋହର: ପର୍ଯ୍ୟଟନ ପ୍ରକଳ୍ପ ଲାଗି ଜମି ଯୋଗାଇ ଦେବ ଇଡକୋ; ଅଣ୍ଡର ଗ୍ରାଜୁଏଟ୍ କୋର୍ସକୁ ମିଳିବ ପ୍ରଫେସନାଲ କୋର୍ସର ମାନ୍ୟତା

3,402

କନକ ବ୍ୟୁରୋ: ୨୨ଟି ପ୍ରସ୍ତାବକୁ ମିଳିଲା କ୍ୟାବିନେଟ ମୋହର । ନବୀନ ସରକାରଙ୍କ ପଂଚମ ପାଳିର ପ୍ରଥମ ବର୍ଷ ପୂର୍ତିରେ ଆଜି ବସିଥିଲା ରାଜ୍ୟ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ କରୋନାଗସ୍ତ ଅର୍ଥନୀତିକୁ ସୁଧାରିବା ପାଇଁ ବିଭନ୍ନ ଆଲୋଚନା ହେବା ସହ ଏହି ବୈଠକରେ ୨୨ଟି ପ୍ରସ୍ତାବ ଉପରେ ଲାଗିଛି କ୍ୟାବିନେଟ ମୋହର । ଅର୍ଥ, ରାଜସ୍ୱ,ଖାଦ୍ୟ ଯୋଗାଣ, ସମବାୟ,ସଂସ୍କୃତି ବିଭାଗର ପ୍ରସ୍ତାବକୁ ଅନୁମୋଦନ ମିଳିବା ସହ ରାଜ୍ୟ ସରକାର ପର୍ଯ୍ୟଟନ କ୍ଷେତ୍ରକୁ ଚଳଚଂଳଚ କରିବା ପାଇଁ ୨୦୧୬ ପର୍ଯ୍ୟଟନ ନୀତିରେ ସଂଶୋଧନ ଆଣିଛନ୍ତି ରାଜ୍ୟ ସରକାର ।
ନଜର ପକାନ୍ତୁ କେଉଁ ୨୨ଟି ପ୍ରସ୍ତାବକୁ ମିଳିଲା କ୍ୟାବିନେଟ୍ ମୋହର..

• ପର୍ଯ୍ୟଟନ ପ୍ରକଳ୍ପ ଲାଗି ଇଡକୋ ଜମି ଯୋଗାଇ ଦେବ । ହୋଟେଲ, ରେଷ୍ଟୁରାଂଟ ଲାଗି ଜମି ଯୋଗାଇ ଦେବ ଇଡକୋ ।

• ଅଣ୍ଡର ଗ୍ରାଜୁଏଟ୍ କୋର୍ସକୁ ମିଳିବ ପ୍ରଫେସନାଲ କୋର୍ସର ମାନ୍ୟତା ।

• ମାଳତୀ ଦେବୀ ପ୍ରାକ୍ ବିଦ୍ୟାଳୟ କାର୍ଯ୍ୟକ୍ରମରେ ପିଲାଙ୍କୁ ମିଳିବ ସହାୟତା । ୩ରୁ ୬ ବର୍ଷ ପିଲାଙ୍କୁ ମାଗଣାରେ ଯୋଗାଇ ଦିଆଯିବ ଜୋତା ଏବଂ ସ୍ୱେଟର ।

• ଆସ୍କା ସୁଗାର କୋଅପରେଟିଭ ସୋସାଇଟିକୁ ୧୫ କୋଟି ଟଙକାର ସହାୟତା । କ୍ୟାସ୍ କ୍ରେଡିଟ୍ ଆକାରରେ ଋଣ ନେବାକୁ କ୍ୟାବିନେଟ ଅନୁମୋଦନ । ଏହି ଟଙ୍କା ଆଖୁ ଚାଷୀଙ୍କୁ ପ୍ରଦାନ କରିବ ଆସ୍କା କୋପରେଟିଭ ସୁଗାର ଲି. ।

• ଶକ୍ତି ବିଭାଗ ଅଧିନକୁ ଆସିବ ଓରେଡା । ଓରେଡା- ଓଡିଶା ଅକ୍ଷୟ ଷକ୍ତି ଉନ୍ନୟନ ଏଜେନ୍ସି ।

• ସୋସାଇଟ ଆକ୍ଟରେ ପରିବର୍ତ୍ତନା । ପ୍ରତି ୫ ବର୍ଷରେ ନବୀକରଣ କରିବାକୁ ପଡିବ । ଅଡିଟିର ମଧ୍ୟ ବ୍ୟବସ୍ଥା କରାଗଲା । ଏବଂ ଯଦି କୌଣସି ବିବାଦ ହୁଏ ତେବେ ଏନେଇ ଏକ ସ୍ୱତନ୍ତ୍ର ଫୋରମରେ ଅଭିଯୋଗ କରିପାରିବେ ଅଭିଯୋଗକାରୀ ।

• ଏଗ୍ରିକଲଚର ଆକ୍ଟ ୧୯୫୬ରେ ସଂଶୋଧନକୁ ଅନୁମୋଦନ । ଇ-ମାର୍କେଟ ଜରିଆରେ ଉତ୍ପାଦନକୁ ବିକି ପାରିବେ ଚାଷୀ ।

• କେନ୍ଦ୍ରୀୟ ଓ ନବୋଦୟ ବିଦ୍ୟାଳୟକୁ ୧ ଟଙ୍କା ଭଡାରେ ଦିଆଯିବ ଜମି । ଗ୍ରାମାଂଚଳ ଲୋକଙ୍କ ।ର୍ଥିକ ୍ବସ୍ଥାର ଉନ୍ନତି ଲାଗି ପ୍ରସ୍ତାବ ଗୃହିତ ।

• ବାଲେଶ୍ୱର ଜିଲ୍ଲା ସଦର ତହସିଲରେ ହିଡିଗାଁରେ ୩ ଏକର ୫୦ ଡେସିମିଲ ଜାଗାରେ ଏନଡିଆରଏଫର ଗୋଟିଏ କଂପାନୀର ଏକ ହେଡକ୍ୱାଟର କରାଯିବା ନେଇ ଅନୁମତି ।