ରାଜ୍ୟ କ୍ୟାବିନେଟ୍ ବୈଠକରେ ୮ ଟି ପ୍ରସ୍ତାବକୁ ମଂଜୁରୀ

24

ଓଡିଶା ଅବକାରୀ ଆଇନରେ ସଂଶୋଧନ ହୋଇଛି । ସେହିପରି ବେସରକାରୀ ସଂସ୍କୃତ କଲେଜ ପାଇଁ ଗ୍ରାଂଟ ଇନ ଆଡ୍ ବ୍ୟବସ୍ଥା ଲାଗୁ ହେବ । ଫଳରେ ୨୪୩ ଶିକ୍ଷକ, ୬୦ କର୍ମଚାରୀ ଲାଭବାନ ହେବେ । ଏଭଳି ନିଷ୍ପତି ହୋଇଛି କ୍ୟାବିନେଟ ବୈଠକରେ । ଆଜି ସଚିବାଳୟରେ ହୋଇଥିବା କ୍ୟାବିନେଟ ବୈଠକରେ ୮ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ସେହିପରି ଓଡିଶା ଜୁଡିସିଆଲ ସର୍ଭିସ ରୁଲ ୨୦୦୭ରେ ସଂଶୋଧନ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ମଂଜୁରି ଦେଇଛି । ୫ ବର୍ଷ ଅଭିଜ୍ଞତା ପରେ ଜିଲ୍ଲା ଜଜ ପାହ୍ୟାକୁ ପଦୋନ୍ନତି ପାଇବେ । ଆଡଭୋକେଟ ଜେନେରାଲଙ୍କ ଭତା ୨ ଗୁଣ ବଢିବା ସହ କାର୍ଯ୍ୟରତ ଲ ଅଫିସରଙ୍କ ମଧ୍ୟ ଭତା ବଢିବ ବୋଲି ନିଷ୍ପତି ହୋଇଛି ।