କନକ ବ୍ୟୁରୋ : ନାଗରିକତା ସଂଶୋଧନ ଆଇନ ବିରୋଧରେ ହିଂସାତ୍ମକ ଆନ୍ଦୋଳନ ଥମୁନାହିଁ। ଆସାମ, ତ୍ରିପୁରା ଏବଂ ମେଘାଳୟରେ ବ୍ୟାପକ ହିଂସା ପରେ ସେଠାରେ ପରିସ୍ଥିତି ସୁଧୁରୁଥିବା ବେଳେ ଏବେ ପଶ୍ଚିମବଂଗର ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ପଶ୍ଚିମବଂଗକ୍ଷର ଗତକାଲିଠାରୁ ଆରମ୍ଭ ହୋଇଥିବା ଆନ୍ଦୋଳନ ଆହୁରି ଉଗ୍ର ହୋଇଛି। ମୁର୍ସିଦାବାଦ ଜିଲ୍ଲାରେ ୫ଟି ଖାଲି ଟ୍ରେନରେ ଆନ୍ଦୋଳନକାରୀମାନେ ନିଆଁ ଲଗାଇ ଦେଇଛନ୍ତି। ବିଭିନ୍ନ ସ୍ଥାନରେ ରେଳ ଧାରଣା ଅବରୋଧ ଯୋଗୁଁ ଗୁରୁତର ସମସ୍ୟା ସୃଷ୍ଟି ହୋଇଛି। ଅନେକ ସ୍ଥାନରେ ଟ୍ରେନ ଉପରେ ପଥର ମାଡ଼ ମଧ୍ୟ ହୋଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପଶ୍ଚିମବଙ୍ଗରେ ଶାନ୍ତି ରକ୍ଷା କରିବା ପାଇଁ ଆନ୍ଦୋଳନକାରୀଙ୍କୁ ନିବେଦନ କରିଛନ୍ତି। ତେବେ ଏହି ଆନ୍ଦୋଳନ ପଛରେ ଟିଏମ୍ସିର ଯୋଜନାବଦ୍ଧ ଷଡ଼ଯନ୍ତ୍ର ରହିଛି ଏବଂ ଅନୁପ୍ରବେଶକାରୀଙ୍କୁ ହିଂସା ପାଇଁ ଟିଏମ୍ସି ନେତାମାନେ ହିଁ ଉସୁକାଉଛନ୍ତି ବୋଲି ରାଜ୍ୟ ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି।
ନାଗରିକତା ଆଇନ ବିରୋଧରେ ଉତ୍ତର ପ୍ରଦେଶରେ ମଧ୍ୟ ଆନ୍ଦୋଳନ ମୁଣ୍ଡ ଟେକିଛି। ଆଲିଗଡ଼ ମୁସ୍ଲିମ ବିଶ୍ବବିଦ୍ୟାଳୟର ଛାତ୍ରମାନେ ହିଂସାତ୍ମକ ବିକ୍ଷୋଭ ଆରମ୍ଭ କରିବାକୁ ପୁଲିସ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଛି। ଆଲିଗଡ଼ ସହରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଶାହରନପୁରରେ ମଧ୍ୟ ଏହି ଆଇନ ବିରୋଧରେ କେତେକ ମୁସ୍ଲିମ ସଂଗଠନ ରାସ୍ତାକୁ ଓହ୍ଲାଇବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ବୁଲନ୍ଦସହର, ବିଜ୍ନୋର, ବାଗପତ, ମୁଜାଫରନଗର, ସାମଲିରେ ସିଏବି ବିରୋଧୀ ବିକ୍ଷୋଭ ପ୍ରଦର୍ଶନ ହୋଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/12/DE14TRAIN.jpg)