କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି କରାଯାଉଥିବା ଆନ୍ଦୋଳନ ଆଜି ତୃତୀୟ ଦିନରେ ପହଞ୍ଚିଛି। ଆନ୍ଦୋଳନକାରୀଙ୍କୁ ଆୟତ୍ତ କରିବା ପାଇଁ ପଶ୍ଚିମବଙ୍ଗ ସରକାର ରାଜ୍ୟର କେତୋଟି ଜିଲ୍ଲାରେ ରବିବାର ଇଣ୍ଟରନେଟ୍ ସେବା ବନ୍ଦ କରି ଦେଇଛନ୍ତି।
Kanak News is now on WhatsApp
Join and get latest news updates delivered to you via WhatsApp
ମାଳଦା, ମରସିଦାବାଦ୍, ଉତ୍ତର ଦିନାଜପୁର, ହାୱଡା ଏବଂ ଦକ୍ଷିଣ ୨୪ ପରଗନା ଓ ଉତ୍ତର ୨୪ ପରଗନାର କିଛି ଅଞ୍ଚଳ ଏଥିଯୋଗୁ ପ୍ରଭାବିତ ହୋଇଛି। ଏହି ସବୁ ଅଞ୍ଚଳରୁ ଇଣ୍ଟରନେଟ୍ ସେବାକୁ ବନ୍ଦ କରି ଦିଆଯାଇଛି। ସଂପୃକ୍ତ ଅଞ୍ଚଳକୁ ଆୟତ୍ତ କରିବାକୁ ପୁଲିସକୁ ନାହିଁନଥିବା ଅସୁବିଧା ଦେଇ ଗତି କରିବାକୁ ପଡୁଛି। ପୂର୍ବ ଦୁଇ ଦିନ ମଧ୍ୟରେ ଉତ୍ୟକ୍ତ ଲୋକମାନେ ଯାହା ସବୁ ଘଟାଇଛନ୍ତି ତୃତୀୟ ଦିନରେ ଉତ୍ତେଜନା ବୃଦ୍ଧି ପାଇଛି ବରଂ କମିବାର ନାଁ ଧରୁନାହିଁ।
ଗତ କାଲି ଆନ୍ଦୋଳନକାରୀମାନେ ଟ୍ରେନ୍, ବସ୍, ଷ୍ଟେସନ୍ ଓ ଟୋଲ୍ ପ୍ଲାଜା ଆଦିରେ ନିଆଁ ଲଗାଇଥିବା ବେଳେ ପୁଲିସ୍ ପରିସ୍ଥିତିକୁ ଆୟତ୍ତ କରିବାରେ ଅସମର୍ଥ ହୋଇଥିଲା। ପ୍ରାୟ ୨୦୦ ଆନ୍ଦୋଳନକାରୀ ମିଶି ଏପରି ବିକ୍ଷୋଭ ପ୍ରଦର୍ଶନ କରିଥିବାର ଦେଖିବାକୁ ମିଳିଥିଲା।
ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ନିବେଦନ କରିଥିବା ବେଳେ ଯଦି କେହି ନିୟମକୁ ହାତକୁ ନିଅନ୍ତି ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିଲେ।