ଜଳୁଛି ଭାରତର ଉତର ପୂର୍ବାଂଚଳ । ନାଗରିକତା ସଂଶୋଧନ ବିଲ ବିରୋଧରେ ତୀବ୍ର ହେଉଛି ଆନ୍ଦୋଳନ : ହିଂସା ରୋକିବା ଯାଇ ପୁଲିସର ଗୁଳିରେ ୨ ବିକ୍ଷୋଭକାରୀ ମୃତ, ୨ ଗୁରୁତର

247

କନକ ବ୍ୟୁରୋ : ନାଗରିକତା ସଂଶୋଧନ ବିଲ୍- ସିଏବିକୁ ଚାଲିଥିବା ବିରୋଧ ଆସାମରେ ହିଂସାତ୍ମକ ରୂପ ନେଇଛି । ଦିନକୁ ଦିନ ଏହା ଅଧିକ ତୀବ୍ରତର ହେଉଛି । ବିଭିନ୍ନ ଅଂଚଳରେ ହିଂସା ବ୍ୟାପିଥିବା ବେଳେ ଲୋକେ କର୍ଫ୍ୟୁକୁ ମଧ୍ୟ ଖାତିର ନକରି ରାସ୍ତାକୁ ଓହ୍ଲାଇଛନ୍ତି । ଫଳରେ ଗୌହାଟିରେ ବିକ୍ଷୋଭକାରୀ ଓ ପୁଲିସ ମୁହାମୁହିଁ ହୋଇଥିଲେ ଏବଂ ଭୟଙ୍କର ପରିସ୍ଥିତି ଉପୁଜି ଥିଲା । ସ୍ଥିତିକୁ ନିୟନ୍ତ୍ରଣ କରିବା ଯାଇ ପୁଲିସ ଗୁଳିମାଡ କରିଥିବା ବେଳେ ଏଥିରେ ୨ ଜଣଙ୍କର ମୃତ୍ୟୁ ଘଟିଛି ।

ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଏପରିକକି ହିଂସାକୁ ନିୟନ୍ତ୍ରଣ କରିବାରେ ବିଫଳ ହେବାରୁ କେତେକ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ସେମାନଙ୍କ ପଦରୁ ହଟାଇ ଦିଆଯାଇଛି । ଗୌହାଟି ପୋଲିସ କମିଶନର ଦୀପକ କୁମାରଙ୍କୁ ହଟାଇ ତାଙ୍କ ସ୍ଥାନରେ  ମୁନ୍ନା ପ୍ରସାଦଙ୍କୁ ନିଯୁକ୍ତ କରା ଯାଇଛି । ଏହାସହ ଆସାମର ଅତିରିକ୍ତ ପୁଲିସ ଡିଜି ମୁକେଶ ଅଗ୍ରୱାଲଙ୍କୁ ମଧ୍ୟ ତାଙ୍କ ପଦରୁ ହଟାଇ ଦିଆଯାଇଛି ।