ଡ୍ରାଇଭରରୁ ଆର୍ମି ଅଫିସରର ଯାତ୍ରା ! ଏଭଳି ଏକ ସଂଘର୍ଷମୟ ଜୀବନର କାହାଣୀ ।

38

ମହାରାଷ୍ଟ୍ର ପୁନେର ଜଣେ ନିବାସୀ ଆର୍ମି ଅଫିସର ରୂପେ ଶୀଘ୍ର ହିଁ ଦେଶର ସେବା କରୁଥିବା ନଜର ଆସିବେ । ସେ ହେଉଛନ୍ତି ଓଲା କ୍ୟାବ ଡ୍ରାଇଭର ଓ ତାଙ୍କ ନାଁ ଓମ ପୈଥାନେ । ଓମ ୧୦ ମାର୍ଚ୍ଚରେ ଚେନ୍ନାଇର ଅଫିସର୍ସ ଟ୍ରେନିଙ୍ଗ ଏକାଡେମୀରୁ ପାସ ହେବେ ଓ ଦେଶ ସେବାରେ ଯୋଗ ଦେବେ । ଏହି କାହାଣୀକୁ ସୋଶିଆଲ ମିଡିଆରେ ବହୁତ ସେୟାର କରାଯାଉଛି ଓ ଲୋକଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛି । ଆର୍ଥିକ ସ୍ଥିତି ଠିକ ନଥିବା ସତ୍ୱେ ଓମ ତାଙ୍କ ପାଠପଢ଼ା ଓ ଡ୍ରାଇଭିଙ୍ଗ ଜାରି ରଖିଥିଲେ ।

ଓମ ପୁନେର ତୋଣ୍ଡଲ ଗ୍ରାମରେ ରହନ୍ତି । ତାଙ୍କୁ ଆର୍ମିରେ ଯୋଗ ଦେବାର ସକାରାତ୍ମକ ଦିଗ ସେହି ଦିନ ମିଳିଲା, ଯେଉଁଦିନ ତାଙ୍କ କ୍ୟାବରେ ଜଣେ ରିଟାଏର୍ଡ ଆର୍ମି କର୍ଣ୍ଣଲ ବସିଲେ । ରାସ୍ତା ସାରା କଥାବାର୍ତ୍ତାରେ ଓଲା ଡ୍ରାଇଭର ଓମ ରିଟାଏର୍ଡ ଆର୍ମି ଅଫିସରଙ୍କ କଥାରେ ପ୍ରଭାବିତ ହେଲେ । ଓମଙ୍କ ପିତା ଗୋଟିଏ ସଡକ ଦୁର୍ଘଟଣାରେ ନିଜର ଦୁଇଟି ଗୋଡ ହରାଇଛନ୍ତି । ଓମଙ୍କ କହିବା ମୁତାବକ, ତାଙ୍କ ପିତା ୱାଚମେନ କାମ କରୁଥିଲେ । ତାପରେ ସେ ନିଜ ପରିବାରର ଆର୍ଥିକ ସହାୟତା ପାଇଁ ଓଲା କ୍ୟାବ ଚଳାଇବା ଆରମ୍ଭ କଲେ । ସେ ବିଏସସି କମ୍ପ୍ୟୁଟରର ଶେଷ ବର୍ଷ ପାଠ ପଢ଼ିବା ଆରମ୍ଭ କଲେ । ରିଟାଏର୍ଡ କର୍ଣ୍ଣଲ ଜଣକ ତାଙ୍କୁ କମ୍ବାଇଣ୍ଡ ଡିଫେନ୍ସ ସର୍ଭିସ ପରୀକ୍ଷା ବିଷୟରେ ଜଣାଇଲେ ।

ଓମଙ୍କ ପିତାଙ୍କ କହିବା ମୁତାବକ, ଓମ ସବୁବେଳେ ଆର୍ମିରେ ଯୋଗ ଦେବା ପାଇଁ ଚାହୁଁଥିଲେ । ସେ ଦେଶ ସେବା ପାଇଁ ଯାଉଥିବାରୁ ଆମେ ଗର୍ବିତ । ଓମଙ୍କ ଭାଇ ଆଦିତ୍ୟନାଥଙ୍କ କହିବା ମୁତାବକ, ତାଙ୍କ ପରିବାରର ଆର୍ଥିକ ପରିସ୍ଥିତି ଠିକ ନଥିଲା । ଓମ ପାଠପଢ଼ା ସହ ଡ୍ରାଇଭିଙ୍ଗ ବି କରୁଥିଲେ । ତାଙ୍କ ପିତା ବି ୨୫ ବର୍ଷ ପର‌୍ୟ୍ୟନ୍ତ ଡ୍ରାଇଭର ବୃତ୍ତି ସହିତ ଜଡିତ ଥିଲେ । ସେ ଚାହୁଁନଥିଲେ କି ତାଙ୍କ ପୁଅମାନେ ଏହି ବୃତ୍ତିକୁ ଆସନ୍ତୁ । ସେଥିପାଇଁ ସେ ସେମାନଙ୍କ ଶିକ୍ଷା ଉପରେ ଜୋର ଦେଉଥିଲେ । ଓମ ତାଙ୍କ ପିତାଙ୍କଠୁ ଲୁଚିଛପି କ୍ୟାବ ଚଳାଉଥିଲେ । ଓମ ୨୦୧୬ରେ ସଶସ୍ତ୍ର ସୀମା ବଳ ପାଇଁ ପରୀକ୍ଷା ଦେଇ ପ୍ରଥମ ପ୍ରୟାସରେ ପାସ କରିଥିଲେ ।