ସୁନ୍ଦରଗଡରେ ଥମିବାରେ ନା ନେଉ ନାହିଁ ସିଏଏ ବିବାଦ । ଗତରାତିରେ ସହରରେ ପୁଣି ଉତ୍ତେଜନା ପ୍ରକାଶ, ପୋଲିସ ହସ୍ତକ୍ଷେପ ପରିସ୍ଥିତିରେ ଆସିଲା ସୁଧାର

Advertisment
ପୁଣି ଅଶାନ୍ତ ସୁନ୍ଦରଗଡ । ସିଏଏ ସମର୍ଥକ ଓ ବିରୋଧୀ ଗୋଷ୍ଠୀ ମଧ୍ୟରେ ଉତେଜନା : ପୂର୍ବରୁ ରାଲି ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିଲା ଗଣ୍ଡଗୋଳ

source : sambad

କନକ ବ୍ୟୁରୋ : ସୁନ୍ଦରଗଡରେ ସିଏଏକୁ ନେଇ ଆରମ୍ଭ ହୋଇଥିବା ଗୋଷ୍ଠୀ ସଂଘର୍ଷ ଥମିବାର ନା ନେଉନାହିଁ । ଗତ ୧୪ ତାରିଖରେ ସିଏଏକୁ ନେଇ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ସୁନ୍ଦରଗଡ ଟାଉନ ଥାନା ରିଜେଂଟ ମାର୍କେଟ ଅଂଚଳରେ ସଂଘର୍ଷ ହୋଇଥିଲା । ଏହି ଘଟଣା ପରେ ସୁନ୍ଦରଗଡରେ ସ୍ୱାଭାବିକ ସ୍ଥିତି ଫେରିଆସୁଥିବା ବେଳେ ଗତ ରାତିରେ ପୁଣି ଉତେଜନା ପ୍ରକାଶ ପାଇଛି । ପୁଲିସର କାର୍ଯ୍ୟାନୁଷ୍ଠାନକୁ ମାତ୍ରାଧିକ ଅଭିଯୋଗ କରି ଏକ ଗୋଷ୍ଠୀ ମଧ୍ୟରେ ଉତେଜନା ପ୍ରକାଶ ପାଇଥିଲା ।

ଉତ୍ୟକ୍ତ ଗୋଷ୍ଠୀ ରିଜେଂଟ ମାର୍କେଟ ଅଂଚଳ ପୁଲିସ ଛାଉଣୀକୁ ଘେରାଉ କରିଥିଲେ । ଶତାଧିକ ମହିଳା ଏବଂ ପୁରୁଷ ଆସି ପୁଲିସ ସହିତ ସାମ୍ନାସାମ୍ନି ହୋଇଥିଲେ । ତେବେ ପୁଲିସ ବୁଝାସୁଝା କରିଥିବା ବେଳେ ସ୍ଥାନୀୟ ବରିଷ୍ଠ ବ୍ୟକ୍ତିମାନଙ୍କ ହସ୍ତକ୍ଷେପ ପରେ ଉତେଜନା ହ୍ରାସ ପାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe