ତେଜୁଛି ନାଗରିକତା ଆଇନ । ନାଗରିକତା ଆଇନ ପ୍ରତିବାଦରେ ଚାଲିଥିବା ବିକ୍ଷୋଭ ଉତ୍ତରପ୍ରଦେଶରେ ଭୟଙ୍କର ରୂପ ନେଇଛି । ଶୁକ୍ରବାର ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ୟୁପିର ସମସ୍ତ ସ୍କୁଲ, କଲେଜ ବନ୍ଦ ରହିଛି । ହିଂସା , ପ୍ରତିବାଦ କରୁଥିବା ବିକ୍ଷୋଭକାରୀଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୬ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଉତ୍ତରପ୍ରଦେଶରେ ଗତ ଦୁଇ ଦିନ ହେବ ହିଂସା ଲାଗି ରହିଛି । ଏବଂ ପୋଲିସ ଦ୍ୱାରା ଲାଠି ଚାର୍ଚ୍ଚ କରାଯାଉଥିବା ମଧ୍ୟ ଦେଖିବାକୁ ମିଳିଛି । ସେହିଭଳି ରାଜଧାନୀ ଦିଲ୍ଲୀରେ କ୍ରମାଗତ ଚତୁର୍ଥ ଦିନ ପ୍ରତିବାଦ, ହିଂସା, ଶୋଭାଯାତ୍ରା ବିଭିନ୍ନ ସ୍ଥାନକୁ ବ୍ୟାପିବାରେ ଲାଗିଛି । ଦିଲ୍ଲୀରେ ମଧ୍ୟ ପରିସ୍ଥିତିକୁ ଦେଖି ସମସ୍ତ ସ୍କୁଲ ଓ କଲେଜକୁ ବନ୍ଦ ରଖାଯାଇଛି । ଜାମିଆ ନଗର , ଇଣ୍ଡିଆ ଗେଟ୍ , ଦରିଆଗଞ୍ଚ ଆଦି ଅଞ୍ଚଳକୁ ବ୍ୟାପିଛି ନାଗରିକତା ପ୍ରତିବାଦର ହିଂସା । ଏଠାରେ ବ୍ୟାପକ ପୋଡାଜଳା ହୋଇଛି । ସେମାନଙ୍କୁ ଘଉଡାଇବା ପାଇଁ ପୋଲିସ ପାଣି ମାଡ କରିଛି । କେତେକ ବିକ୍ଷୋଭକାରୀଙ୍କୁ ପୋଲିସ ଅଟକ ରଖିଥିବାରୁ ଥାନାରେ ମଧ୍ୟ ଲୋକଙ୍କ ଉନ୍ମୃତକାଣ୍ଡ ଦେତ୍କବାକୁ ମିଳିଛି । /kanak/media/post_attachments/wp-content/uploads/2019/12/ds-300x171.png)
ଦିଲ୍ଲୀର ଜାମା ମସଜିଦରେ ଶୁକ୍ରବାର ସମୂହ ନମାଜ ପାଠ ପରେ ହଜାର ହଜାର ମୁସମାନ ଏକାଠି ହୋଇ ଆଇନକୁ ବିରୋଧ କରି ବିକ୍ଷୋଭ ଶୋଭାଯାତ୍ରା କରିଥିଲେ । ପୋଲିସ ଫାଟକ ଲଗାଇ ଏହାକୁ ଅଟକାଇବାକୁ ଚେଷ୍ଟା କରିବା ବେଳେ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ । କର୍ତ୍ତୃପକ୍ଷ ୧୭ଟି ମେଟ୍ରୋ ଷ୍ଟେସନ ବନ୍ଦ କରିଥିବା ବେଳେ ଇଣ୍ଟରନେଟ ଓ ମୋବାଇଲ ସେବା ବନ୍ଦ ରହିଛି । ତେବେ, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏକ ଭିଡିଓ ମାଧ୍ୟମରେ ଦେଶରେ ଶାନ୍ତି ବଜାୟ ରଖିବାକୁ ଆହ୍ୱାନ ଜଣାଇଛନ୍ତି । ବିଭିନ୍ନ ସ୍ଥାନରେ ପୋଲିସର କାର୍ଯ୍ୟକୁ ସେ ନିନ୍ଦା କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/12/university-student-reacts-during-demonstration-millia-islamia_dbf5d57c-1ff3-11ea-8c10-7db3e225203f.jpg)