କନକ ବ୍ୟୁରୋ : ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା । ଏକ ଜାତୀୟ ଗଣମାଧ୍ୟମର କାର୍ଯ୍ୟକ୍ରମରେ ଭାଗ ନେଇ ଶାହା କହିଛନ୍ତି ନାଗରିକତା ସଂଶୋଧନ ଆଇନ ବା ଏନଆରସି ପ୍ରସଙ୍ଗକୁ ଯୋଗୁଁ ହାରି ନାହିଁ ବିଜେପି । ବରଂ ଦଳୀୟ ନେତାଙ୍କ ଦ୍ୱାରା ବିବାଦୀୟ ବୟାନ ଦେବା ମହଙ୍ଗା ପଡିଲା ବୋଲି କହିଛନ୍ତି ଗୃହମନ୍ତ୍ରୀ । ଏପରିକି ସିଏଏ ପ୍ରସଙ୍ଗରେ ସେ ଏବେବି ବିତର୍କ ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ।

Advertisment

ତେବେ ବିଜେପି ନିର୍ବାଚନ ଜିତିବା ପାଇଁ ଲଢ଼ି ନଥାଏ ଏବଂ ଦଳୀୟ ବିଚାରଧାରାକୁ ବଜାୟ ରଖିବା ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି । ରାଜଧାନୀ ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲଙ୍କୁ ଗାଦିଚ୍ୟୁତ କରି କ୍ଷମତା ଦଖଲ କରିବା ପାଇଁ ବିଜେପିର ରଣନୀତି ଫେଲ ମାରିଥିଲା । ଏଥିପାଇଁ କେନ୍ଦ୍ରରେ ମୋଦି ସରକାରଙ୍କ ବିବାଦୀୟ ନାଗରିକତା ସଂଶୋଧନ ଆଇନକୁ ଦାୟୀ କରାଯାଉଛି । ହେଲେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଶାହା ।