ସିଏଏକୁ ନେଇ ୩ କୋଟି ପରିବାର ପାଖରେ ପହଞ୍ଚିବ ବିଜେପି : ବିଜେପି ମହାସଚିବ ଭୂପେନ୍ଦ୍ର ଯାଦବ ଦେଲେ ସୂଚନା ।

ସିଏଏକୁ ନେଇ ୩ କୋଟି ପରିବାର ପାଖରେ ପହଞ୍ଚିବ ବିଜେପି : ବିଜେପି ମହାସଚିବ ଭୂପେନ୍ଦ୍ର ଯାଦବ ଦେଲେ ସୂଚନା ।

ନାଗରିକତା ସଂଶୋଧନ ଆଇନକୁ ନେଇ ଜନସାଧାରଣଙ୍କ ମନରେ ସୃଷ୍ଟି ହୋଇଥିବା ଭ୍ରମ ଦୂର କରିବା ଏବଂ ସଚେତନ କରିବା ଲକ୍ଷ୍ୟରେ ବିଜେପି ସାରା ଦେଶରେ ସ୍ବତନ୍ତ୍ର ଅଭିଯାନ କରିବାର ନିଷ୍ପତ୍ତି ନେଇଛି। ଶନିବାର ବିଜେପି ମହାସଚିବ ଭୂପେନ୍ଦ୍ର ଯାଦବ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେପି ନାଗରିକତା ସଂଶୋଧନକୁ ନେଇ ସାରା ଦେଶରେ ସଚେତନତା ସୃଷ୍ଟି କରିବା ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରିବାର ନିଷ୍ପତ୍ତି ନେଇଛି। ଏହି ଅବସରରେ ଯାଦବ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି ନାଗରିକତା ସଂଶୋଧନ ଆଇନକୁ ନେଇ ବିରୋଧୀ ଦଳ ବିଶେଷ କରି କଂଗ୍ରେସ ଦ୍ବାରା ଭ୍ରମ ଧାରଣା ପ୍ରଚାର ପ୍ରସାର କରାଯାଉଛି। publive-image

ଯାଦବ କହିଛନ୍ତି ବିରୋଧୀଙ୍କ ଭ୍ରମ ଓ ମିଥ୍ୟା ରାଜନୀତିର ଜବାବ ଦେବା ପାଇଁ ଦେଶରେ ୧୦ ଦିନିଆ ଏକ ବିଶେଷ ଅଭିଯାନ ଚଳାଯିବ। ଏହି ଅଭିଯାନରେ ୩ କୋଟିରୁ ଅଧିକ ପରିବାର ସହ ଯୋଗାଯୋଗ କରାଯାଇ ସିଏଏ ଉପରେ ଲୋକଙ୍କ ମନରୁ ଭ୍ରମ ଦୂର କରିବାକୁ ପ୍ରୟାସ କରାଯିବ। ବିଜେପିର ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣ ମନରୁ ସିଏଏକୁ ନେଇ ଭ୍ରମ ଦୂର କରିବା ପାଇଁ ଦଳ ପକ୍ଷରୁ ଦେଶର ୨୫୦ ଟି ସ୍ଥାନରେ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇ ଆଇନ ସଂକ୍ରାନ୍ତରେ ସଠିକ୍ ତଥ୍ୟ ଯୋଗାଇ ଦିଆଯିବ। ଯୋଗେନ୍ଦ୍ର ଯାଦବ କହିଛନ୍ତି ନାଗରିକତା ସଂଶୋଧନ ଆଇନକୁ ନେଇ କଂଗ୍ରେସ ଜନସାଧାରଣଙ୍କ ମଧ୍ୟରେ ଭ୍ରମସୃଷ୍ଟି କରିବା ପୂର୍ବରୁ ୨୦୦୩ ରେ ମନମୋହନ ସିଂହଙ୍କ ପ୍ରଧାନମନ୍ତ୍ରୀତ୍ବ କାଳରେ ବାଂଲାଦେଶର ସଂଖ୍ୟାଲଘୁଙ୍କୁ ନାଗରିକଙ୍କୁ ନାଗରିକତା ଦେବାକୁ ନିବେଦନ କରିଥିଲେ। କିନ୍ତୁ ବର୍ତ୍ତମାନ କଂଗ୍ରେସ କିପରି ବିରୋଧ କରୁଛି? କଂଗ୍ରେସ କେବଳ ଦେଶରେ ଆତଙ୍କ ଏବଂ ହିଂସା କରୁଥିବା ଲୋକଙ୍କୁ ସମର୍ଥନ ଦେବା ଶିକ୍ଷାଲାଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe