କମାଣ୍ଡୋ ସି-୬୦ ଫୋର୍ସ ! ବିନା ଆହାରରେ ଘଣ୍ଟା ଘଣ୍ଟା ଧରି ନକ୍ସଲ ଅଞ୍ଚଳରେ ଚାଲିବାରେ ଅଭ୍ୟସ୍ଥ ଥାଆନ୍ତି ଏହି ଫୋର୍ସ ।

431

ମହାରାଷ୍ଟ୍ରର ଗଢଚିରୌଲୀଠାରେ ନକ୍ସଲମାନେ ଆଇଇଡି ବ୍ଲାଷ୍ଟ୍ କରିଛନ୍ତି । ଏହି ଆକ୍ରମଣରେ ୧୬ ଜଣ କମାଣ୍ଡୋ ସହିଦ୍ ହୋଇଯାଇଛନ୍ତି । ଯେଉଁଥିରେ ଭାରତର ସି-୬୦ କମାଣ୍ଡୋ ଫୋର୍ସ ରହିଛନ୍ତି । ଏହି ଫୋର୍ସ ଲମ୍ବା ସମୟ ପର୍ଯ୍ୟନ୍ତ ବିନା ଖାଦ୍ୟପେୟରେ ରହିପାରନ୍ତି । ଏହି କମାଣ୍ଡୋଙ୍କୁ ନକ୍ସଲମାନେ ବି ଡରିଥାନ୍ତି । ଗତବର୍ଷ ଏହି କମାଣ୍ଡୋ ଖୁବ୍ ଚର୍ଚ୍ଚାରେ ଥିଲେ । ଗତବର୍ଷ ସି-୬୦ କମାଣ୍ଡୋ ଗଢଚିରୌଲୀରେ ଏକ ବଡ ଅପରେସନ୍ କରି ୩୯ ଜଣ ନକ୍ସଲଙ୍କୁ ମାରିବାରେ ସଫଳ ହୋଇଥିଲେ । ଏହା ଏଭଳି ଏକ ଫୋର୍ସ ଯାହାକୁ ଜିଲ୍ଲାସ୍ତରରେ ପ୍ରସ୍ତୁତ କରାଯାଇଛି । ଜଙ୍ଗଲର ପ୍ରତିଟି ରାସ୍ତା ଜାଣିଥିବା ଏହି କମାଣ୍ଡୋଙ୍କ ମଧ୍ୟରେ ସାଧାରଣତଃ ଜନଜାତୀର ଯୁବକମାନେ ଭର୍ତ୍ତି ହୋଇଥାନ୍ତି । ସି-୬୦ କମାଣ୍ଡୋରେ ଗଢଚିରୌଲୀର ହିଁ ଆଦିବାସୀ ଯୁବକ ସାମିଲ ଥାଆନ୍ତି ଯାହାଙ୍କୁ ଜଙ୍ଗଲରେ ପ୍ରତିଟି ରାସ୍ତା ବିଷୟରେ ଜ୍ଞାତ ଥାଏ ।

 

ଖାସ୍ କମାଣ୍ଡୋ ଫୋର୍ସ : 

ସି-୬୦ କମାଣ୍ଡୋ ଏକ ଖାସ୍ ଧରଣର ଫୋର୍ସ । ଏହି ଫୋର୍ସର କମାଣ୍ଡୋ ମାନେ ଖାସ୍ ଜଙ୍ଗଲ ଯୁଦ୍ଧ ପାଇଁ ହିଁ ପ୍ରଶିକ୍ଷଣ ନେଇଥାନ୍ତି । ଏହି କମାଣ୍ଡୋର ଯବାନମାନେ ହାଇଦ୍ରାବାଦର ଗ୍ରେ-ହାଉଡସ୍ , ମାନେସରର ଏନଏସଜୀ ଏବଂ ପୂର୍ବାଞ୍ଚଳର ଆର୍ମି ଜଙ୍ଗଲରେ ୱାରଫେୟର୍ ସ୍କୁଲରେ ପ୍ରଶିକ୍ଷଣ ନେଇଥାନ୍ତି । ପୋଲିସ୍ ଙ୍କ ଠାରୁ ଏହି ଫୋର୍ସର ହତିଆର ଭିନ୍ନ ହୋଇଥାଏ ।

 

କିଭଳି ଆରମ୍ଭ ହେଲା କମାଣ୍ଡୋ – ସି-୬୦ : 

ଜଙ୍ଗଲ ଜନଜାତି ଲୋକଙ୍କୁ କମାଣ୍ଡୋରେ ସାମିଲ୍ କଲେ ସେମାନେ ଜଙ୍ଗଲର ପ୍ରତିଟି ସ୍ଥାନ ବିଷୟରେ ଅବଗତ ଥାଆନ୍ତି । ଫୁର୍ତ୍ତି ଏବଂ ବଳିଷ୍ଠ ମାମଲାରେ ମଧ୍ୟ ସେମାନେ ଖୁବ୍ ଭଲ ଥାଆନ୍ତି । ଯଦି ତାଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦିଆଯାଏ ତେବେ ସେମାନେ ଭଲ କମାଣ୍ଡୋ ହେବା କଥା ଚିନ୍ତା କରି ଏହି ଫୋର୍ସକୁ ପ୍ରସ୍ତୁତ କରାଯାଇଥିଲା । ଯେଉଁଥିରେ ସେଠାକାର ହିଁ ଯୁବକମାନଙ୍କୁ ନିଆଯାଇଥିଲା ଯେ କି ନକ୍ସଲଙ୍କ ହାବଭାବକୁ ଚିହ୍ନିବାରେ ମଧ୍ୟ ବହୁତ ଭଲ ଥିଲେ । ଏହି କମାଣ୍ଡୋ ଘଣ୍ଟା ଘଣ୍ଟା ଧରି ବିନା ଖାଦ୍ୟପେକ୍ଷରେ ସଂଘର୍ଷ କରିବା ଏବଂ ଜଙ୍ଗଲରେ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଲମ୍ବା ଚାଲିବା ଉପରେ ପ୍ରଶିକ୍ଷଣ ଦିଆଯାଏ ।