ଶାହାରୁଖ ଖାନଙ୍କୁ ଝଟକା । ଶାହାରୁଖ ଖାନ୍ ଅଭିନୀତ ବାୟଜୁସ୍ ବିଜ୍ଞାପନ ବନ୍ଦ

535

କନକ ବ୍ୟୁରୋ : ଡ୍ରଗ୍ସ କେସରେ ପୁଅ ଆରୟନ୍ ଖାନ୍ ଗିରଫ ହେବା ପରେ ବାପା ଶାହାରୁଖ୍ ଖାନଙ୍କ ଉପରେ ଏହାର ପ୍ରଭାବ ପଡ଼ିଛି । ଶାହାରୁଖ ଖାନ୍ ଅଭିନିତ ବାୟଜୁସ୍ ବିଜ୍ଞାପନ ବନ୍ଦ ହୋଇଛି । ବାୟଜୁସ୍ ଶାହାରୁଖ ଖାନ୍ ଅଭିନିତ ତାର ସମସ୍ତ ବିଜ୍ଞାପନକୁ ବନ୍ଦ କରିଛି । ଛବି ଖରାପ ହେବା ଆଶଙ୍କାରେ ଏପରି କଠୋର ନିଷ୍ପତି ନେଇଛି ସଂସ୍ଥା ।
କେବଳ ଏତିକି ନୁହଁ ଶାହାରୁଖ ଖାନଙ୍କ ପ୍ରି-ବୁକିଂ ବିଜ୍ଞାପନକୁ ବି ରିଲିଜ୍ କରାଯାଉନାହିଁ । ଶାହାରୁଖ୍ ଖାନଙ୍କ ସ୍ପନସରସିପ୍ ଡିଲ୍ ମଧ୍ୟରୁ ବାୟଜୁସ୍ ସବୁଠୁ ବଡ଼ ବ୍ରାଣ୍ଡ । ଏହି ବ୍ରାଣ୍ଡରେ ବିଜ୍ଞାପନ କରିବା ଦ୍ୱାରା ଶାହାରୁଖଙ୍କୁ ବାର୍ଷିକ ୩ରୁ ୪ କୋଟି ଟଙ୍କା ମିଳିଥାଏ । ଶାହାରୁଖ ୨୦୧୭ରୁ ଏହି କମ୍ପାନୀର ବ୍ରାଣ୍ଡ ଆମ୍ବାସଡର ଅଛନ୍ତି । ଆଉ ଏବେ ପୁଅ ଡ୍ରଗ୍ସ ମାମଲାରେ ଗିରଫ ହେବା ପରେ ସାହାରୁଖଙ୍କୁ ବଡ ଝଟକା ଲାଗିଛି ।