କନକ ବ୍ୟୁରୋ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତରଫରୁ ଅନଲାଇନ୍ ଶିକ୍ଷା ପୋର୍ଟାଲ ବାଇଜୁସ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବାଇଜୁସ୍ ତରଫରୁ ବିଦେଶୀ ଫଣ୍ଡିଂ ଆଇନ ଉଲଙ୍ଘନ ମାମଲାରେ ବାଇଜୁସକୁ ୯ ହଜାର କୋଟି ଟଙ୍କା ପୈଠ କରିବାକୁ ଇଡି ତରଫରୁ ନିର୍ଦ୍ଦେଶ ଦିଆଯାଇଛି । ଚଳିତ ବର୍ଷ ପ୍ରାରମ୍ଭରେ ଇଡି ବାଇଜୁସର ବିଭିନ୍ନ କାର୍ଯ୍ୟାଳୟ ଉପରେ ଚଢାଉ କରି କହିଥିଲା କି, ବାଇଜୁ କମ୍ପାନୀ ଲୋକପ୍ରିୟ ଅନଲାଇନ ଏଜୁକେଶନ ପୋର୍ଟାଲ ନାମରେ ଏକ କମ୍ପାନୀ ଚାଲଇଛି । ଏହି କମ୍ପାନୀର ବିଭିନ୍ନ କାର୍ଯ୍ୟାଳୟ ଉପରେ ଚଢାଉ କରାଯିବା ପରେ ଅନେକ ଆପତ୍ତିଜନକ ଦସ୍ତାବିଜ ଓ ଡିଜିଟାଲ ଡାଟା ଜବତ କରାଯାଇଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ଚଢାଉ ବେଳେ ଜଣାପଡିଥିଲା କି କମ୍ପାନୀ ୨୦୧୧ ରୁ ୨୦୨୩ ମଧ୍ୟରେ କମ୍ପାନୀରେ ୨୮ ହଜାର କୋଟି ଟଙ୍କାର ପ୍ରତ୍ୟେକ୍ଷ ବିଦେଶୀ ପୁଞ୍ଜି ନିବେଶ ହୋଇଛି । ଏହା ବ୍ୟତୀତ ଏହି ଅବଧି ମଧ୍ୟରେ କମ୍ପାନୀ ବିଦେଶୀ ପ୍ରତ୍ୟେକ୍ଷ ନିବେଶ ନାମରେ ୯୭୫୪ କୋଟି ଟଙ୍କା ବିଦେଶକୁ ପଠାଇଛି । କମ୍ପାନୀ ତରଫରୁ ବିଜ୍ଞାପନ ଓ ମାର୍କଟିଂ ଖର୍ଚ୍ଚ ବାବଦରେ ପାଖାପାଖି ୯୪୪ କୋଟି ଟଙ୍କା ଜମା କରିଛି । ଏଥିରେ ବିଦେଶକୁ ପଠାଯାଇଥିବା ଟଙ୍କା ମଧ୍ୟ ସାମିଲ ରହିଛି ।