କନକ ବ୍ୟୁରୋ : ଦେଶର ସବୁଠାରୁ ବଡ ଏଡଟେକ୍ ଫାର୍ମ ବାୟଜୁ ପୁଣିଥରେ କର୍ମଚାରୀ ଛଟେଇ କରିବାକୁ ଯୋଜନା କରିଛି । କମ୍ପାନୀର ଇଣ୍ଡିଆ ମୁଖ୍ୟ ଅର୍ଜୁନ ମୋହନ ରିଷ୍ଟ୍ରକଚରିଂ କରିବା ଉପରେ ନଜର ରଖି ଖର୍ଚ୍ଚ କାଟ୍ କରିବାକୁ ଯୋଜନା କରିଛନ୍ତି । ଏକ ରିପୋର୍ଟ ମୁତାବକ ଖର୍ଚ୍ଚ କାଟ୍ କ୍ରମରେ କମ୍ପାନୀ ୪୦୦୦ କର୍ମଚାରୀ ଛଟେଇ କରିବାକୁ ଚିନ୍ତା କରୁଛି । ଗତ ସପ୍ତାହରେ ଅର୍ଜୁନ ମୋହନଙ୍କ ବାୟଜୁ ତରଫରୁ ଇଣ୍ଡିଆର ମୁଖ୍ୟ ଭାବେ ଚୟନ କରାଯାଇଥିଲା । ଏବେ ଅର୍ଜୁନ ମହୋନ କମ୍ପାନୀର ମ୍ୟାନେଜମେଣ୍ଟକୁ ତାଙ୍କର ଏହି ପ୍ଲାନ ବାବଦରେ ଜଣାଇଦେଇଛନ୍ତି ।

Kanak News is now on WhatsApp
Join and get latest news updates delivered to you via WhatsApp
ଏକ ଜାତୀୟ ଗଣମାଧ୍ୟମର ଖବର ମୁତାବକ ଫଣ୍ଡିଂ ସଂକଟର ସାମ୍ନା କରୁଥିବା ବାୟଜୁ କମ୍ପାନୀ ପରିଚାଳନା ଷ୍ଟ୍ରକଚରର ସରଳ କରିବାକୁ ଖର୍ଚ୍ଚ କାଟ ପାଇଁ ଯୋଜନା କରିଛି । ବ୍ୟବସାୟକୁ ରିଷ୍ଟ୍ରକଚର କରିବା କ୍ରମରେ ଆଗାମୀ କିଛି ସପ୍ତାହ ମଧ୍ୟରେ କମ୍ପାନୀ ତା’ର ମୋଟ କର୍ମଚାରୀରୁ ୧୧ ପ୍ରତିଶତ ଛଟେଇ କରିପାରେ । ଏହି ଛଟେଇ କର୍ମଚାରୀଙ୍କ ସଂଖ୍ୟା ପାଖାପାଖି ୪ ହଜାର ହୋଇପାରେ । ବେଙ୍ଗାଲୁରୁ ସ୍ଥିତ ବାୟଜୁ କମ୍ପାନୀ ମୋଟ କର୍ମଚାରୀଙ୍କ ସଂଖ୍ୟା ୩୫ ହଜାର । ସେମାନଙ୍କ ମଧ୍ୟରୁ ଏହା ପୂର୍ବରୁ ୧ ହଜାର କର୍ମଚାରୀଙ୍କୁ ଛଟେଇ କରାଯାଇଥିଲା ।
ସୂଚନା ଥାଉକି ଆମେରିକୀୟ ନିବେଶକ ଗତବର୍ଷ ବାୟଜୁ କମ୍ପାନୀରେ ତାଙ୍କର ନିବେଶ କମ୍ କରିଦେଇଥିଲେ । ଆମେରିକା ଏସେଟ ମ୍ୟାନେଜର ବ୍ଲାକରକ ତରଫରୁ ବାୟଜୁର ପାଖାପାଖି ୫୦ ପ୍ରତିଶତ ନିବେଶ ପ୍ରତ୍ୟାହାର କରିନେଇଥିଲେ ଫଳରେ କମ୍ପାନୀର ମୂଲ୍ୟ ୧୧.୫ ଅରବ ଡଲାର ହୋଇଯାଇଥିଲା । ହେଲେ ୨୦୨୨ ଜୁନ ବେଳକୁ କମ୍ପାନୀ ମୋଟ ମୂଲ୍ୟ ୨୨ ଅରବ ଡଲାର ଥିଲା । ଏହି ହିସାବରେ ଦେଖାଗଲେ ଗୋଟିଏ ବର୍ଷରେ କମ୍ପାନୀର ମୂଲ୍ୟ ଅଧା ହୋଇଯାଇଛି ।
ସେପଟେ ଭାରତରେ ବ୍ୟବସାୟ ପାଇଁ କମ୍ପାନୀ ତରଫରୁ ନୂତନ ଭାବେ ନିଯୁକ୍ତ ହୋଇଥିବା ଅର୍ଜୁନ ମୋହନ ଏହା ପୂର୍ବରୁ କମ୍ପାନୀର ବ୍ୟବସାୟ ଅଫିସର ଭାବେ କାର୍ଯ୍ୟ କରୁଥିଲେ । ଏବେ କମ୍ପାନୀର ରିଷ୍ଟ୍ରକଚର ଦାୟିତ୍ୱ ବି ତାଙ୍କ ଉପରେ ଦିଆଯାଇଛି । କମ୍ପାନୀର ପ୍ରତିଷ୍ଠାତା ବାୟଜୁ ରବିନ୍ଦ୍ରନ କହିଛନ୍ତି କି ଅର୍ଜୁନ ମୋହନ କମ୍ପାନୀର ଅଭିଯାନକୁ ଆଗକୁ ନେବାରେ ସଫଳ ହେବେ ।