କନକ ବ୍ୟୁରୋ: ଟିମ ଇଣ୍ଡିଆର ନୂଆ ସ୍ପନସର । ଚାଇନିଜ ମୋବାଇଲ କମ୍ପାନୀ ଓପୋକୁ ହଟାଇ ସ୍ପନସରସିପ୍ ଅଧିକାର ହାସଲ କଲା ବାଇଜୁ । ଭାରତୀୟ ଖେଳାଳିଙ୍କ ଜର୍ସିରେ ଥିବା ମୋବାଇଲ୍ କମ୍ପାନୀ ଲୋଗୋ ଓପୋର ସ୍ଥାନ ନେବ ବାଇଜୁ । ଆସନ୍ତା ସେପ୍ଟମ୍ବର ମାସରୁ ଭାରତୀୟ କ୍ରିକେଟ ଖେଳାଳିଙ୍କ ଜର୍ସିରେ ବାଇଜୁର ଲୋଗୋ ଦେଖିବାକୁ ମିଳିବ । ଚାଇନିଜ ମୋବାଇଲ କମ୍ପାନୀ ଓପୋକୁ ପଛରେ ପକାଇ ଏହି ସ୍ପନସରସିପ୍ ଅଧିକାର ହାସଲ କରିଛି ବେଙ୍ଗାଲୁରୁର ଶିକ୍ଷା ବୈଷୟିକ ଏବଂ ଅନଲାଇନ ଟୁରିଙ୍ଗ ଫାର୍ମ ।
୨୦୧୭ ମସିହାରେ ୫ ବର୍ଷ ପାଇଁ ସ୍ପନସରସିପ୍ ନେଇଥିଲା ଓପୋ । ସେତେବେଳେ ୧ ହଜାର ୭୯କୋଟି ଟଙ୍କାରେ ଓପୋ ଏହି ନିଲାମ ଧରିଥିଲା । ତେବେ ଗତ ୨ ସପ୍ତାହ ମଧ୍ୟରେ ହୋଇଥିବା ପରିବର୍ତନରେ ଓପୋ ଆଉ ଆଗକୁ ଚୁକ୍ତି ଅନୁସାରେ ଅର୍ଥ ଦେବାକୁ ମନାକରିବା ପରେ , ବିସିସିଆଇ ନୂଆ ସ୍ପନସରସିପ୍ ଖୋଜିଥିଲା । ବାଇଜୁ ଏବେ ସମାନ ଅର୍ଥ ଦେଇ ସ୍ପନସରସିପ୍ ନେଇଛି । ଆଗାମୀ ଇଣ୍ଡିଜ ଗସ୍ତ ପରେ ସେପ୍ଟେମ୍ୱରରୁ ହେବାକୁ ଥିବା ଦକ୍ଷିଣ ଆଫ୍ରିକା ଗସ୍ତରୁ ଭାରତୀୟ ଖେଳାଳିଙ୍କ ଜର୍ସିରେ ବାଇଜୁର ଲୋଗୋ ଦେଖିବାକୁ ମିଳିବ । ୨୦୨୨ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବାଇଜୁ ସହଏହି ଚୁକ୍ତି ରହିବ ବୋଲି ବିସିସିଆଇ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/07/25_07_2019-oppo_19431928.jpg)
/kanak/media/post_attachments/wp-content/uploads/2019/07/Team-India-jersey-300x156.jpg)